ମହାକାଶ ଗଲେ ଜେଫ ବେଜୋସ୍
ଟେକ୍ସାସ : ଏବେ ଚର୍ଚ୍ଚାରେ ମହାକାଶ ଯାତ୍ରା । ବିଶେଷ କରି ପ୍ରତିଷ୍ଠିତ ବ୍ୟକ୍ତିମାନେ ଏବେ ମହାକାଶ ଯାତ୍ରା ଯାତ୍ରା କରି ବେଶ ଚର୍ଚ୍ଚାରେ ରହୁଛନ୍ତି । ରିଚାର୍ଡ ବ୍ରାନସନଙ୍କ ମହାକାଶ ଯାତ୍ରାର ୯ ଦିନ ପରେ ଆମାଜନ ପ୍ରତିଷ୍ଠାତା ତଥା ବିଶ୍ୱର ନଂ୧ ଧନୀ ବ୍ୟକ୍ତି ବ୍ୟକ୍ତିଭାବେ ଜେଫ ବେଜୋସ୍ ମହାକାଶକୁ ଯାଇଛନ୍ତି । ଭାରତୀୟ ସମୟ ୬ଟା ୪୦ ମିନିଟ ସମୟରେ ବେଜୋସଙ୍କ କମ୍ପାନି ବ୍ଲୁ ଅରିଜନର ରକେଟ୍ ସେଫାର୍ଡ ମାଧ୍ୟମରେ ସେ ପଶ୍ଚିମ ଟେକ୍ସାସରୁ ମହାକାଶ ଯାତ୍ରା କରିଛନ୍ତି ।
ବେଜୋସଙ୍କ ସହିତ ତାଙ୍କ ଭାଇ ମାର୍କ, ୮୨ ବର୍ଷୀୟ ପୂର୍ବତନ ପାଇଲଟ ଓ୍ବାଲି ଫଙ୍କ୍ ଓ ୧୮ ବର୍ଷୀୟ କିଶୋର ଅଲିଭର ଡାଇମାନ ମହାକାଶ ଯାତ୍ରା କରିଛନ୍ତି । ସେମାନେ ଭୂପୃଷ୍ଠରୁ ୧୦୦ କିଲୋମିଟର ଉଚ୍ଚକୁ ଯାଇଥିଲେ । ସେଠାରେ ୧୦ ମିନିଟ ପର୍ୟ୍ୟନ୍ତ ରହି ପୃଥିବୀକୁ ନିରୀକ୍ଷଣ କରିବାପରେ ଭୂପୃଷ୍ଠକୁ ଫେରିଆସିଛନ୍ତି । ସୂଚନା ଯେ, ଗତ ୧୧ତାରିଖରେ ବ୍ରିଟିଶ ଶିଳ୍ପପତି ରିଚାର୍ଡ ବ୍ରାନସନ ଭିଏସଏସ ୟୁନିଟି ମାଧ୍ୟମରେ ମହାକାଶକୁ ଯାକ୍ରା କରିଥଲେ । ଉକ୍ତ ମହାକାଶ ଯାନରେ ବ୍ରାନସନ, ଭାରତୀୟ ବଂଶୋଦ୍ଭବ ଶିରିସା ବନ୍ଦଲାଙ୍କ ସମେତ ମୋଟ ୬ ଜଣ ମହାକାଶଚାରୀ ମହାକାଶକୁ ଯାତ୍ରା କରିଥିଲେ ।