ଜୁଲାଇ ୨୦ରୁ ଜେଇଇ ମେନ

- ୨୦ ରୁ ୨୫ ତୃତୀୟ ସେସନ ଓ ୨୭ରୁ ଅଗଷ୍ଟ ୨ ଚତୁର୍ଥ ସେସନ
ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଆଜି ସନ୍ଧ୍ୟା ୭ଟାରେ ଛାତ୍ରଛାତ୍ରୀମାନଙ୍କୁ ଜେଇଇ ମେନ ୨୦୨୧ର ତାରିଖ ଏବଂ ଅନ୍ୟାନ୍ୟ ବିବରଣୀ ବିଷୟରେ ଜଣାଇଛନ୍ତି । ଜେଇଇ ମେନ ତୃତୀୟ ସେସନ ଜୁଲାଇ ୨୦ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଚତୁର୍ଥ ସେସନ ଯାହା ପୂର୍ବରୁ ମେ ମାସରେ ଅନୁଷ୍ଠିତ ହେବାର ଥିଲା ତାହା ଜୁଲାଇ ୨୭ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ ଅନିଷ୍ଠିତ ହେବ।
Under the guidance of Hon'ble Prime Minister Shri @narendramodi Ji, for the safety and bright future of our students, National Testing Agency will be holding the JEE (Main)-2021 Examination. @PMOIndia @HMOIndia @PIB_India @MIB_India @DDNewslive @EduMinOfIn https://t.co/n06cT7pywk
— Dr. Ramesh Pokhriyal Nishank (@DrRPNishank) July 6, 2021
କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଶଙ୍କ କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୦ରୁ ୨୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୨୭ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ଆୟୋଜନ କରାଯିବ । ଏଣୁ ଯେଉଁ ଛାତ୍ରଛାତ୍ରୀ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଆବେଦନ କରିପାରିନଥିଲେ ସେମାନେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଲାଗି ଆବେଦନ କରିପାରିବେ ବୋଲି ନିଶଙ୍କ କହିଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଆୟୋଜନ କରାଯାଉଥିବା ଜଏଣ୍ଟ ଏଣ୍ଟ୍ରାନ୍ସ ଏକଜାମ ୨୦୨୧ (ଜେଇଇ ମେନ୍ ଏକଜାମ-୨୦୨୧)ର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷାକୁ କରୋନା ଭାଇରସ ମହାମାରୀ ଲାଗି ସ୍ଥଗିତ କରି ଦିଆଯାଇଥିଲା। ତେବେ ଏ ନେଇ ଶିକ୍ଷାମନ୍ତ୍ରୀଙ୍କ ଘୋଷଣା ପରେ ଛାତ୍ରଛାତ୍ରୀ ଆଶ୍ୱସ୍ତ ହୋଇଛନ୍ତି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁମାନେ ଆବେଦନ କରିପାରିନଥିଲେ ସେମାନେ ମଙ୍ଗଳବାର ୬ ଜୁଲାଇରୁ ୮ ଜୁଲାଇ ୨୦୨୧ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ। ସେହିପରି ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ଲାଗି ଜୁଲାଇ ୯ରୁ ୧୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଶିକ୍ଷାମନ୍ତ୍ରୀଙ୍କ ସୂଚନା ଅନୁସାରେ ଜେଇଇ ମେନ୍ ପରୀକ୍ଷା ୪ ଥର ଆୟୋଜିତ ହେଉଛି। ଯେଉଁ ପରୀକ୍ଷା ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ସ୍କୋର ଅଧିକ ହେବ ସେହି ସ୍କୋରକୁ କନସିଡର କରାଯିବ। ସେହିପରି ଯେଉଁଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ର ବଦଳାଇବାକୁ ଚାହୁଁଛନ୍ତି ସେମାନେ ୬ରୁ ୮ ଜୁଲାଇ ମଧ୍ୟରେ ଲଗଇନ କରି କେନ୍ଦ୍ର ପରିବର୍ତ୍ତନ କରିପାରିବେ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି।