ଅକ୍ଟୋବର ୩ରେ ଜେଇଇ ଆଡ଼ଭାନ୍ସଡ

ନୂଆଦିଲ୍ଲୀ : ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ ଆସନ୍ତା ଅକ୍ଟୋବର ୩ରେ ଅନୁଷ୍ଠିତ ହେବ ଜେଇଇ ଆଡଭାନ୍ସଡ୍ । ମହାମାରୀ କରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେବ ପରୀକ୍ଷା। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଜେଇଇ ମେନ୍ରେ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥିବା ୨ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବେ। ଚଳିତ ଥର ୪ଟି ପର୍ଯ୍ୟାୟରେ ଜେଇଇ ମେନ୍ ଅନୁଷ୍ଠିତ ହେଉଛି। ୪ଟି ପର୍ଯ୍ୟାୟର ଜେଇଇ ମେନରେ କୃତିତ୍ବ ଛାତ୍ରଛାତ୍ରୀଙ୍କ ରାଙ୍କ ଆଧାର କରି ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ। ମୋଟ ୨ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟ ବିବେଚିତ ହେବେ।