ଥଣ୍ଡା ହେବା ମାତ୍ରେ ନାକ ବନ୍ଦ ହୋଇଯାଉଛି କି ? ତୁରନ୍ତୁ ଆପଣାନ୍ତୁ ଏହି ଉପାୟ
![](https://thetruths.in/wp-content/uploads/2022/03/Nose-Closing-in-Cold-1024x683.jpg)
ଥଣ୍ଡା ହେବା ମାତ୍ରେ ନାକ ବନ୍ଦ ହୋଇଯାଏ । ଯାହାପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ । କାହାରି ସହିତ କଥା ହେବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସୁବକିଛି କଷ୍ଟକର ହୋଇପଡେ଼ । ଆଜି ଆମେ ଆପଣଙ୍କୁ ଏପରି ପଦ୍ଧତି ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ।
୧-ପ୍ରଥମେ ଯଦି ନାକ ବନ୍ଦ ହେଉଛି ଆପଣ ପ୍ରଥମେ ନିଶ୍ୱାସ କିଛି ସମୟ ରୋକିିକି ରଖନ୍ତୁ । ଏହାପରେ ଧିରେ ଧିରେ ଛାଡ଼ନ୍ତୁ । ଦେଖିବେ ଆପଣଙ୍କୁ ତୁରନ୍ତ ଆରାମ ମିଳିବ ।
୨-ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଉ ଏକ ଉପାୟ ହେଉଛି ଷ୍ଟିମ୍ । ଆପଣ ଯେକୌଣସି ପାତ୍ରରେ ଗରମ ପାଣି ରଖି ବାମ୍ଫ ନେଇପାରିବେ ଏବଂ ଏହା ଅବରୋଧିତ ନାକରେ ମଧ୍ୟ ଆରାମ ଦେବ । ବାମ୍ଫ ନେବା ଦ୍ୱାରା ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଯଦି ଆପଣ ଏଥିପାଇଁ କଫି କିମ୍ବା ଚା’ ପରି ଗରମ ପାନୀୟ ପିଉଛନ୍ତି ତେବେ ଏହା ମଧ୍ୟ ଲାଭଦାୟକ ହେବ ।
୩- ଏହାସହ ଆପଣ ଗରମ ପାଣି ସେକ ମଧ୍ୟ ନେଇପାରିବେ । ପ୍ରଥମେ ଗରମ ପାଣିଲେ ଏକ ଟାୱଲ ପକାଇ ଭିଜାଇ ଦେବେ । ତା’ପରେ ଟାୱଲ ଭଲ ଭାବେ ଚିପୁଡି ନିଜ ମଥା ଉପରେ ରଖନ୍ତୁ । ଏହା ମଧ୍ୟ ବନ୍ଦ ନାକରୁ ଆରମ ଦେବ ।
୪-ଏଥିପାଇଁ ପେପରମିଣ୍ଟ ମଧ୍ୟ ଲାଭଦାୟକ । ନାକ ବନ୍ଦ ହୋଇଗଲେ ଆପଣ ଯଦି ମୁଣ୍ଡକୁ ଉପରକୁ କରି ଶୋଇବେ ତେବେ ଏହି ସମସ୍ୟା ଦୂର ହୋଇଯିବ ।