ପିରିୟଡ୍ସ ବେଳେ ଯନ୍ତ୍ରଣା ହେଲେ ପେନ୍କିଲର ଖାଇବା ଠିକ୍ ନା ଭୁଲ ? ଜାଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର
![](https://thetruths.in/wp-content/uploads/2022/07/Period-Pain.jpg)
ମାସିକ ଋତୁସ୍ରାବ ଶରୀରରେ ହେଉଥିବା ପରିବର୍ତନ ମଧ୍ୟରୁ ଗୋଟିଏ ଅଟେ । ପ୍ରତ୍ୟକ ମହିଳାଙ୍କୁ ପ୍ରତି ମାସରେ ମାସିକ ଋତୁସ୍ରାବ କଷ୍ଟ ଦେଇ ଯିବାକୁ ପଡେ । ସେହି ସମୟରେ ମହିଳାଙ୍କୁ ବହୁତ କିଛି ଅସୁବିଧାର ସାମ୍ନା କରିବାକୁ ପଡେ । ଏହି ସମୟରେ ମହିଳାଙ୍କୁ ଅନିୟମିତ ପିରିୟଡ ମଧ୍ୟ ହୁଏ । ଯଦି ଆପଣଙ୍କ ସହିତ ମଧ୍ୟ ଏମିତି କିଛି ହେଉଛି ତେବେ ଏହାକୁ ଖାମଖିଆଲ ଭାବେ ନ ନେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଆପଣ ମାନେ ଜାଣିଥିବେ ପିରିୟଡ ସମୟରେ ଅନେକଙ୍କ ଠାରେ ଯନ୍ତ୍ରଣା ଦେଖା ଦିଏ ।
ପିରିୟଡ ସମୟରେ ପ୍ରତ୍ୟେକ ମହିଳା କିଛି ନା କିଛି ଯନ୍ତ୍ରଣା ଯେପରିକି ପେଟ ବ୍ୟଥା ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏହି ସମୟରେ ମହିଳାମାନେ ଯନ୍ତ୍ରଣାରୁ ମୁକ୍ତି ପାଇଁ କେତେକ ପେନକିଲ୍ଲରର ସାହାଯ୍ୟ ନିଅନ୍ତି। ତେବେ ପେନକିଲ୍ଲର ଖାଇବା କେତେ ସୁରକ୍ଷିତ ଅଟେ । ଏହାଦ୍ୱାରା କୌଣସି ପାର୍ଶ୍ୱପ୍ରତିକ୍ରିୟା ହୋଇଥାଏ କି ନାହିଁ । ଏନେଇ କଣ କହୁଛନ୍ତି ସ୍ତ୍ରୀ ରୋଗ ବିଶେଷଜ୍ଞ୍ୟ ଡାକ୍ତର ଅଲକତା ଦାସ ଆସନ୍ତୁ ଜାଣିନେବା ।
ପିରିୟଡ ବେଳେ ପେନ ହେଉଛି ଏକ ସାଧାରଣ ଜିନିଷ କାରଣ ୟୁଟ୍ରସ ଭିତର ଥିବା ଏଣ୍ଡମେଟ୍ରୋମ ପ୍ରତି ମାସରେ ତିଆରି ହୋଇଥାଏ ଏବଂ ମାସର ଶେଷରେ ବ୍ଲିଡିଂ ଆକାରରେ ବାହାରିଯାଏ । ତେଣୁ ସେହି ସମୟରେ ୟୁଟ୍ରସ ଟିକିଏ କ୍ରାମ୍ପି ଭଳି ଅର୍ଥାତ ମୋଡି ହେଲା ପରି ହୋଇଥାଏ । ତେଣୁ ପେଟ ଦରଜ ହୁଏ । ଏହା କାହାର କମ ତ କାହାର ଅଧିକ ହୋଇଥାଏ ଅର୍ଥାତ କାହାର ପିରିୟଡ ଆରମ୍ଭର ପ୍ରଥମ ଦିନ ପେଟ ଦରଜ ହୋଇ ଭଲ ହୋଇଯାଉଥିବା ବେଳେ କାହାର ୨ ରୁ ୩ ପର୍ଯ୍ୟନ୍ତ ଲାଗି ରହିଥାଏ ।
ତେବେ ଦୁଇ ପ୍ରକାର ପିରିୟଡ ଯନ୍ତ୍ରଣା ରହିଛି । ଗୋଟିଏ ପ୍ରାଇମେରି ବା କୌଣସି କାରଣ ନଥାଇ ଯନ୍ତ୍ରଣା ହେବା । ଏହା ସାଧାରଣତଃ ଅବିବାହିତା ଝିଅ ମାନଙ୍କ ପାଖରେ ଦେଖାଜାଇଥାଏ । ଏବଂ ଅନ୍ୟଟି ସେକେଣ୍ଡନାରି ଡିସମେନୋରିଆ ବା ଯେଉଁ ଥିରେ କିଛି କାରଣ ରହିଛି। ଯେମିତିକି ଗର୍ଭଘରେ ଏକ ଟ୍ୟୁମର ଅଛି । ପିଲାଘର ମୁହଁରେ କିଛି ଅଟକି ରହିଛି ତେଣୁ ବ୍ଲଡ ବାହାରି ପାରୁନାହିଁ । ଏହିସବୁ କ୍ଷେତ୍ରରେ ପିରିୟଡର ପେନ ଅଧିକ ହୋଇଥାଏ । ଯଦି ପିରିୟଡର ଯନ୍ତ୍ରଣା ଅଧିକ ରୁ ଅଧିକ ହୁଏ ଆପଣ ସହ୍ୟ କରି ପାରୁନାହାଁନ୍ତି ତେବେ ସେହିସବୁ କ୍ଷେତ୍ରରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
ଘରୋଇ ଉପଚାର ପେଟର ଯନ୍ତ୍ରଣା କମେଇ ପାରିବେ ।
ହଟ ୱାଟର ବ୍ୟାଗ ବ୍ୟବହାର କରିପାରିବେ ।
ପୁଦିନା ପାଣି କିମ୍ବା ଜିରା ପାଣି ବହୁତ ଭଲ ହୋଇଥାଏ ।
ପେନ୍ କ୍ଲିୟର ଖାଇବା ସୁରକ୍ଷିତ କି ?
ଡାକ୍ତରଙ୍କ କହିବା କଥା ଯଦି ଅଧିକ ପେଟ ଯନ୍ତ୍ରଣା କରୁଛି ଏବଂ ଆପଣ ଆଦୌ ସହ୍ୟ କରିପାରୁ ନାହାଁନ୍ତି । ତାହେଲେ ପେନ କ୍ଲିୟର ନେଲେ କୈଣସି ଅସବୁିଧା ନାହିଁ । କାହିଁକି ନାଁ ପରିୟଡ ସମୟରେ ହେଉଥିବା ପେନ ପାଇଁ ପେନ୍ କ୍ଲିୟର ନେବା ଶରୀର ପାଇଁ କୌଣସି କ୍ଷତିକାରକ ନୁହେଁ । ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହାର ସେବନ କରି ପାରିବେ ।