ଆଇପିଏଲ-୨୦୨୧ : ଟସ ଜିତି ପଞ୍ଜାବର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ : ଆଇପିଏଲ-୨୦୨୧ରେ ବୁଧବାର ଦୁଇଟି ମୁକାବିଲା ଦେଖିବାକୁ ମିଳିବ। ଅପରାହ୍ନ ୩ଟା ୩୦ରେ ଚେନ୍ନାଇରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ। ଏଥିରେ ପଞ୍ଜାବ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍ଟି ହାଇଦ୍ରାବାଦ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ୨୦୧୬ ବିଜେତା ଡେଭିଡ୍ ୱାର୍ଣ୍ଣରଙ୍କ ଦଳ ଲଗାତାର ତିନିଟି ପରାଜୟ ବରଣ କରି ଚାପରେ ଥିବାରୁ ଧାରା ରୋକିବା ଲକ୍ଷ୍ୟରେ ରହିଛି। ପଞ୍ଜାବ ତିନିଟିରୁ ଗୋଟିଏ ଜିତି ଅପେକ୍ଷାକୃତ ଉନ୍ନତ ସ୍ଥିତିରେ ରହିଥିଲେ ମଧ୍ୟ ଲଗାତାର ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲ୍ର ଶେଷ ଦୁଇ ସ୍ଥାନରେ ଥିବାରୁ ଭାଗ୍ୟ ପରିବର୍ତନ କରିବା ଲାଗି ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି। ହାଇଦ୍ରାବାଦ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଛି ପଶ୍ଚାତଧାବନ କରିବାରେ ଦଳ ବିଫଳ ହେଉଛି। ସମସ୍ତ ୩ ମ୍ୟାଚ୍ ଦଳ ପଛ ବ୍ୟାଟିଂରେ ହାରିଛି। ଏପରିକି ମୁମ୍ବାଇ ବିପକ୍ଷ ଅଳ୍ପ ସ୍କୋର୍କୁ ବି ଟପି ପାରିନଥିଲା।
ସନ୍ରାଇଜର୍ସ ହାଇଦ୍ରାବାଦ : ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍, ବିରାଟ ସିଂହ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସାମଦ, ଭୁବନେଶ୍ବର କୁମାର, ରସିଦ ଖାନ୍, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ।
ପଞ୍ଜାବ କିଙ୍ଗ୍ସ : କେଏଲ୍ ରାହୁଲ୍ (ଅଧିନାୟକ ଓ ୱିକେଟରକ୍ଷକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ପ୍ରବସିମ୍ରନ ସିଂହ, ନିକୋଲାସ୍ ପୂରନ (ୱିକେଟରକ୍ଷକ), ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ୍ ବ୍ରାର୍, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଇଶାନ ପୋରେଲ, ଦର୍ଶନ ନାଲକାଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝାଏ ରିଚାର୍ଡସନ୍, ଶହାରୁଖ୍ ଖାନ୍, ରିଲି ମେରେଡିଥ୍, ମୋଜେସ ହେନରିକ୍ସ, ଜଳଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏଁ ଆଲେନ, ସୌରଭ କୁମାର।