ଆଇପିଏଲ-୨୦୨୧ : ଆଜି ରାଜସ୍ଥାନ-କୋଲକାତା ମୁକାବିଲା
![](https://thetruths.in/wp-content/uploads/2021/04/Kolkata-and-Rajasthan-face-off-today.jpg)
- ବିଜୟ ଲକ୍ଷ୍ୟରେ ଉଭୟ ଦଳ
ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ଶନିବାର ୧୮ତମ ଲିଗ୍ ମ୍ୟାଚ ଖେଳାଯିବ । ଏଥିରେ ସଞ୍ଜୁ ସାମ୍ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସ ଓ ଇଅନ୍ ମୋର୍ଗାନଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବ । ଉଭୟ ଦଳ ୪ ଲେଖାଏଁ ମ୍ୟାଚ୍ ଖେଳିସାରିଥିଲେ ମଧ୍ୟ ମାତ୍ର ଗୋଟିଏ ଲେଖାଏଁ ଜିତି ପଏଣ୍ଟ୍ ଟେବୁଲ୍ର ନିମ୍ନ ଭାଗରେ ରହିଛନ୍ତି । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି କରିଛନ୍ତି । ରାଜସ୍ଥାନ ରୟାଲ୍ସ ପାଇଁ ଜୋଫ୍ରା ଆର୍ଚର, ବେନ୍ ଷ୍ଟୋକ୍ସ ଏବଂ ଲିଆମ୍ ଲିଭିଙ୍ଗଷ୍ଟୋନ ଉପଲବ୍ଧ ନଥିବାରୁ ଚିନ୍ତା ବଢ଼ିଛି। କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଶୁଭମନ ଗିଲ ଭଲ ଖେଳୁନଥିବାରୁ କେକେଆର୍ ମଧ୍ୟ ଚାପରେ ରହିଛି। ତଥାପି ଶନିବାର ମ୍ୟାଚ୍ରେ କେକେଆର୍ ପଲା ଭାରି ରହିବ ବୋଲି କ୍ରିକେଟ୍ ବିଶାରଦ ମାନେ ପୂର୍ବାନୁମାନ କରିଛନ୍ତି।
ରାଜସ୍ଥାନ ଦଳ ୪ଟି ମ୍ୟାଚ୍ ଖେଳି ୧ ବିଜୟ ଓ ୩ ପରାଜୟ ସହ ମୋଟ ୨ପଏଣ୍ଟ ପାଇ ତାଲିକାର ନିମ୍ନ ସ୍ଥାନରେ ରହିଛି । ଦଳ ଶେଷ ୨ଟି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ (୧୦ ୱିକେଟ୍ରେ) ଏବଂ ସୁପରକିଙ୍ଗ୍ସ (୪୫ରନ୍ରେ)ଠୁ ହାରିଯାଇଥିଲା । ସଞ୍ଜୁ ସାମସନ୍ଙ୍କ ନେତୃତ୍ୱାଧିନ ରୟାଲ୍ସ ଚଳିତ ସିଜନରେ ଅପେକ୍ଷାକୃତ ଦୁର୍ବଳ ଦଳ ଭାବେ ଉଭା ହୋଇଛି । ଦାମୀ ଖେଳାଳି କ୍ରିସ୍ ମୋରିସ୍, ପେସ୍ ବୋଲର ମୁସ୍ତାଫିଜୁର ରେହମାନ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବାବେଳେ ବ୍ୟାଟିଂ ବିଭାଗରେ ଜୋସ ବଟଲର, ଡେଭିଡ ମିଲର ଓ ମନନ ଭୋରା ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି । ନାଇଟ୍ ରାଇଡର୍ସକୁ ହରାଇବାକୁ ହେଲେ ରୟାଲ୍ସକୁ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ଗତ ସଂସ୍କରଣରେ ରୟାଲ୍ସ ବିପକ୍ଷରେ ନାଇଟ୍ ରାଇଡର୍ସ ୨ଟି ଯାକ ମ୍ୟାଚ୍ ଜିତିଥିଲା । ତେଣୁ ଦଳ ବିଜୟଧାରା ଅବ୍ୟାହତ ରଖିବା ଲକ୍ଷ୍ୟରେ ରହିବ । ସେହିପରି କୋଲକାତା ଶେଷ ୩ଟି ମ୍ୟାଚ୍ରେ ସୁପର କିଙ୍ଗ୍ସ (୧୮ରନ୍ରେ), ରୟାଲ୍ ଚ୍ୟାଲେଞ୍ଜର୍ସ (୩୮ରନ୍ରେ) ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (୧୦ରନ୍ରେ) ନିକଟରୁ ହାରିଯାଇଥିଲା । ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗର ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ଶେଷ ମ୍ୟାଚ୍ରେ ଦଳ ସିଏସ୍କେ ବିପକ୍ଷରେ ଲଢ଼ୁଆ ବ୍ୟାଟିଂ ପ୍ରଦର୍ଶନ ସତ୍ତ୍ୱେ ୧୮ରନ୍ରେ ପରାସ୍ତ ହୋଇଥିଲା । ଫଳରେ କୋଲକାତା ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ରୟାଲ୍ସକୁ ହରାଇବାକୁ ହେଲେ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତ ପ୍ରଦର୍ଶନ ଜରୁରୀ । ଦଳରେ ଷ୍ଟାର୍ ଖେଳାଳିଙ୍କ ଅଭାବ ନାହିଁ । କିନ୍ତୁ ସବୁ ବିଭାଗରେ ଦଳ ନିରାଶ କରିଛି । ପୂର୍ବ ମ୍ୟାଚ୍ରେ ଦୁର୍ଦ୍ଧର୍ଷ ଆନ୍ଦ୍ରେ ରସେଲ ଓ ପ୍ୟାଟ୍ କମିନ୍ସ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି । କିନ୍ତୁ ଅଧିନାୟକ ଇୟନ ମୋର୍ଗାନ, ରାହୁଲ ତ୍ରିପାଠୀ ଓ ଶୁଭମନ ଗିଲଙ୍କ ଫର୍ମ ଚିନ୍ତାଜନକ ରହିଛି । ବୋଲିଂ ବିଭାଗର ପ୍ରଦର୍ଶନ ମଧ୍ୟ ନୈରାଶ୍ୟଜନକ ରହିଛି । ସୂଚନା ଯେ, ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପରସ୍ପର ସହିତ ପୂର୍ବରୁ ୨୩ ଥର ଖେଳିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ୧୨ ଏବଂ ରାଜସ୍ଥାନ ରୟାଲ୍ସ ୧୦ ଜିତିଥିବା ବେଳେ ଗୋଟିଏରୁ ଫଳାଫଳ ବାହାରିପାରିନି। ନିରପେକ୍ଷ ଭେନ୍ୟୁରେ ଦୁଇ ଦଳ ୮ ଥର ମୁହାଁମୁହିଁ ହୋଇଥିବା ବେଳେ କେକେଆର୍ ୩ ଓ ରାଜସ୍ଥାନ ରୟାଲ୍ସ ୫ ଜିତିଛି ।
କୋଲକାତା ନାଇଟ୍ ରାଇଡର୍ସ ଦଳ: ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁବମନ ଗିଲ୍, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟର୍, ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍, ସେଲଡନ୍ ଜ୍ୟାକସନ୍, ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାୟାର୍, ବେନ୍ କଟିଂ, ଭେଙ୍କଟେଶ ଆୟର୍, ପବନ ନେଗି।
ରାଜସ୍ଥାନ ରୟାଲ୍ସ ଦଳ: ସଂଜୁ ସାମସନ୍ (ଅଧିନାୟକ ଓ ୱିକେଟରକ୍ଷକ), ଜୋସ୍ ବଟ୍ଟଲର୍, ଯଶସ୍ବୀ ଜୟସ୍ବାଲ, ମନନ ଭୋରା, ଅନୂଜ ରାୱତ, ରିୟାନ୍ ପରାଗ, ଡେଭିଡ୍ ମିଲର୍, ରାହୁଲ ତିୱାତିଆ, ମହିପାଲ୍ ଲୋମରର, ଶ୍ରେୟସ ଗୋପାଳ, ମୟଙ୍କ ମାର୍କେଣ୍ଡେ, ଅଣ୍ଡ୍ରିଉ ଟାଇ, ଜୟଦେବ ଉନାଦକତ୍, କାର୍ତିକ ତ୍ୟାଗୀ, ଶିଭମ ଦୁବେ, କ୍ରିସ୍ ମୋରିସ୍, ମୁସ୍ତାଫିଜୁର ରହମାନ, ଚେତନ ସାକାରିଆ, କେସି କାରିଆପ୍ପା, କୁଲଦୀପ ଯାଦବ, ଆକାଶ ସିଂହ ।