ଆଇପିଏଲ-୨୦୨୧ : ଦିଲ୍ଲୀ-ମୁମ୍ବାଇ ମୁକାବିଲା ଆଜି
![](https://thetruths.in/wp-content/uploads/2021/04/Delhi-Mumbai-1024x538.jpg)
ମୁମ୍ବାଇ : ଆଇପିଏଲ-୨୦୨୧ର ୧୪ଶ ସଂସ୍କରଣରେ ମଙ୍ଗଳବାର ୧୩ତମ ମ୍ୟାଚ ଖେଳାଯିବ । ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହେବେ । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଜିତି ସାରିଛନ୍ତି । ଫଳରେ ଉଭୟ ଦଳ ମଧ୍ୟରେ ଆଜି ବିଜୟ ଲକ୍ଷରେ ରହିଛନ୍ତି । ମୁମ୍ବଇ ଇଣ୍ଡିଆନ୍ସ ତା’ର ୩ଟିଯାକ ମ୍ୟାଚ୍ ଚେନ୍ନଇର ଚିଦମ୍ବରମ୍ ଷ୍ଟାଡିୟମ୍ରେ ଖେଳିଛି। ଏହିଠାରେ ହିଁ ମୁମ୍ବଇ ୪ର୍ଥ ମ୍ୟାଚ୍ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ୩ଟିଯାକ ମ୍ୟାଚ୍ ମୁୁମ୍ବଇର ୱାଙ୍ଖେଡ଼େ ଷ୍ଟାଡିୟମ୍ରେ ଖେଳିଛି। ତେଣୁ ୪ର୍ଥ ମ୍ୟାଚ୍ ଏହାକୁ ଚେନ୍ନଇରେ ଖେଳିବାର ଥିବାରୁ ଚେନ୍ନଇର ସ୍ପିନ୍ ଉପଯୋଗୀ ପିଚ୍ ସହ ନିଜକୁ ଖାପ୍ ଖୁଆଇବାକୁ ପଡ଼ିବ। ଉଭୟ ଦଳରେ ମଧ୍ୟ ବହୁ ପ୍ରତିଭାବାନ ଓ ଦକ୍ଷ ଖେଳାଳି ଅଛନ୍ତି। ସେହିଦୃଷ୍ଟିରୁ ଏହି ମ୍ୟାଚ୍ ବେଶ୍ ରୋମାଞ୍ଚଭରା ଓ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ଲଗାତାର ସପ୍ତମ ଋତୁ ପାଇଁ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ଦୁଇଟି ବିଜୟ ହାସଲ କରିଛି। ଏଣୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବେ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ନୂଆ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇବା ପରେ ଦ୍ଵିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସଠାରୁ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରି ବିଜୟଧାରାକୁ ଫେରିବା ସହ ଆତ୍ମବିଶ୍ବାସରେ ଭରପୁର ରହିଛି। ସେହିପରି ଲଗାତାର ସପ୍ତମ ଋତୁ ପାଇଁ ମୁମ୍ବାଇ ତା’ର ପ୍ରଥମ ମ୍ୟାଚ୍ ହାରିବା ପରେ ଲଗାତାର ଦୁଇଟି ବିଜୟ ହାସଲ କରିଛି। ଏଣୁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବେ ହ୍ୟାଟ୍ରିକ୍ ବିଜୟ ହାସଲ ଲକ୍ଷ୍ୟରେ ରହିଛି । ଅନ୍ୟପକ୍ଷରେ ନୂଆ ଅଧିନାୟକ ଋଷଭ ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ ତାର ପ୍ରଥମ ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇବା ପରେ ଦ୍ଵିତୀୟ ମୁକାବିଲାରେ ରାଜସ୍ଥାନ ରୟାଲ୍ସଠାରୁ ହାରି ଯାଇଥିଲା। ତେବେ ତୃତୀୟ ମ୍ୟାଚ୍ରେ କେଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗ୍ସକୁ ୬ ୱିକେଟ୍ରେ ପରାସ୍ତ କରି ବିଜୟଧାରାକୁ ଫେରିବା ସହ ଆତ୍ମବିଶ୍ୱାସରେ ଭରପୁର ରହିଛି।
ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରାୟତଃ ଶ୍ରେଷ୍ଠ ଏକାଦଶ ମିଳି ସାରିଛି । କ୍ୱିଣ୍ଟନ ଡି କକ୍ ଓ ରୋହିତ ଶର୍ମା ଓପନ କରିବେ । ମଧ୍ୟଭାଗ ସମ୍ଭାଳିବେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ । ନିମ୍ନ ମଧ୍ୟଭାଗରେ କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା ରହିଛନ୍ତି । ଜଶପ୍ରୀତ ବୁମରା, ଟ୍ରେଣ୍ଟ ବୋଲ୍ଟ ଓ ରାହୁଲ ଚହର ବୋଲିଂ ବିଭାଗ ଦାୟିତ୍ୱରେ ରହିଛନ୍ତି । କେବଳ ତୃତୀୟ ପେସ୍ ବୋଲର ସ୍ଥାନକୁ ନେଇ ଦଳ ସାମାନ୍ୟ ଚିନ୍ତାରେ ରହିଛି । ସନରାଇଜର୍ସ ବିପକ୍ଷ ମ୍ୟାଚ୍ରେ ଆଡାମ ମିଲନେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ତାଙ୍କ ବଦଳରେ ନାଥାନ କଲ୍ଟର-ନାଇଲ ଖେଳିପାରନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଚମକପ୍ରଦ ବିଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମନୋବଳ ଦ୍ୱିଗୁଣିତ ହୋଇଛି । ତଥାପି ମଧ୍ୟଭାଗ ବ୍ୟାଟିଂ ବିଭାଗ ସମସ୍ୟା ଦୂର ହୋଇନାହିଁ । ଦଳର ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଅଜିଙ୍କ୍ୟ ରାହାଣେ ଓ ଷ୍ଟିଭେନ ସ୍ମିଥ୍ ଏପର୍ଯ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଉଭୟଙ୍କ ବିକଳ୍ପ ମିଳିବା ଅସମ୍ଭବ। ପରୋକ୍ଷ ଭାବେ ଦଳ ଦେଖିବାକୁ ଗଲେ ଅଧିନାୟକ ଶ୍ରେୟାସ ଆୟରଙ୍କ ଅନୁପସ୍ଥିତି ଅନୁଭବ କରୁଛି । ମଙ୍ଗଳବାର ରାହାଣେ ଏକାଦଶକୁ ଫେରିବା ଆଶା କରାଯାଉଛି । ସେହିପରି ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଥିବା ପେସ ବୋଲର ଆନରିଚ ନର୍ଜଙ୍କୁ ଏକାଦଶରେ ଦେଖିବାକୁ ମିଳିପାରେ । ଶିଖର ଧାୱନ ଓ ଜଶପ୍ରୀତ ବୁମରାହଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଫର୍ମରେ ଥିବା ଧାୱନ ଇତି ମଧ୍ୟରେ ୨ଟି ଅର୍ଦ୍ଧଶତକ ଅର୍ଜନ କରିସାରିଛନ୍ତି । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ୯୨ ରନ୍ର ଇନିଂସ ଖେଳି ସେ ଦଳକୁ ବିଜୟୀ କରାଇଥିଲେ । ଅନ୍ୟ ପଟରେ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ବୁମରାଙ୍କ ପ୍ରଦର୍ଶନ ବେଶ୍ ଉନ୍ନତ ରହିଛି ।
ସମ୍ଭାବ୍ୟ ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), କ୍ବିଣ୍ଟନ୍ ଡି’ କକ୍, ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ, କିରଣ ପୋଲାର୍ଡ, ହାର୍ଦିକ ପାଣ୍ଡ୍ୟା କ୍ରୁନାଲ ପାଣ୍ଡ୍ୟା, ରାହୁଲ ଚହର, ଟ୍ରେଣ୍ଟ୍ ବୋଲ୍ଟ, ଯଶପ୍ରୀତ ବୁମ୍ରା, ଜୟନ୍ତ ଯାଦବ, ନାଥନ କୁଲଟର ନାଇଲ୍, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନୁକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି।
ସମ୍ଭାବ୍ୟ ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ (ଅଧିନାୟକ), ଶିଖର ଧାୱନ, ପୃଥ୍ବୀ ସ’,ମାର୍କସ ଷ୍ଟୋଇନିସ୍, କ୍ରିସ୍ ଓକ୍ସ, ଆର ଅଶ୍ବିନ, ଅମିତ ମିଶ୍ରା, କାଗିସୋ ରବାଦା, ଅଭେସ ଖାନ୍, ଷ୍ଟିଭେନ୍ ସ୍ମିଥ୍, ଲକମନ ମେରିୱାଲ, ସାମ୍ ବିଲିଙ୍ଗ୍ସ, ଆଦିତ୍ୟ ତାରେ, ପ୍ରବୀଣ ଦୁବେ, ଉମେଶ ଯାଦବ, ଟମ୍ କିନ, ସାମ୍ସ ମୁଲାନି, ଅନରିକ ନର୍ଖିୟା।