ଏଣିକି ଚୋରି ଜିନିଷ ଉଦ୍ଧାର ପାଇଁ ୱେବସାଇଟ୍ରେ ମିଳିବ ସୂଚନା!
ଭୁବନେଶ୍ୱର : ଭୁବନେଶ୍ୱରରେ ଚୋରି କିମ୍ବା ଡକାୟତି ଜିନିଷ ଉଦ୍ଧାର ହେଲା କି ନାହିଁ, ସେ ବିଷୟରେ ବୁଝିବାକୁ ଆଉ ଲୋକଙ୍କୁ କୌଣସି ଥାନାକୁ ଯିବାକୁ ପଡିବ ନାହିଁ । କାରଣ ଏବେ କମିଶନରେଟ୍ ପୋଲିସ ଲଞ୍ଚ କରିବାକୁ ଯାଉଛି ଏକ ୱେବସାଇଟ୍ । ଯେଉଁଥିରେ ଭୁବନେଶ୍ୱର ପୋଲିସ ଦ୍ୱାରା ଜବତ ସମସ୍ତ ସାମଗ୍ରୀର ବିବରଣୀ ଏହି ୱେବସାଇଟ୍ ରେ ସାଧାରଣ ଲୋକଙ୍କୁ ମିଳିପାରିବ । ଯାହାଦ୍ୱାରା ଲୋକଙ୍କୁ ଆଉ ନିଜ ଉଦ୍ଧାର ଜିନିଷ ସମ୍ପର୍କରେ ଜାଣିବା ପାଇଁ ଥାନାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି ।
କମିଶନରେଟ୍ ପୋଲିସ ଦ୍ୱାରା ପ୍ରସ୍ତୁତ ଏହି ୱେବସାଇଟ୍ ରେ ଏହା ବ୍ୟତୀତ ଆହୁରି ଅନେକ ସୂଚନା ମଧ୍ୟ ମିଳିପାରିବ । ଏ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।