ଜେଲରେ ଲାଗିଲା ନିଆଁ : ୪୧ ମୃତ, ୩୯ ଗୁରୁତର
![](https://thetruths.in/wp-content/uploads/2021/09/Indonesia-Prison-fire.jpg)
ନୂଆଦିଲ୍ଲୀ : ଜେଲ ଭିତରେ ଅଘଟଣ । ଭୟାବହ ଅଗ୍ନିକାଣ୍ଡ ଘଟି ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଯାଇଥିବାବେଳେ ୩୯ ଜଣ କଏଦୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରେ ଦେଖିବାକୁ ମିଳିଛି ।
ଜାକାର୍ତ୍ତା ନିକଟରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ’ରେ ଏହି ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଦେଖି କଏଦୀମାନେ ଭୟଭୀତ ହୋଇପଡ଼ିଥିଲେ । କ୍ଷୀପ୍ରଗତିରେ ନିଆଁ ବ୍ୟାପିବା ଯୋଗୁଁ କେହି ଅତିଶୀଘ୍ର ଜେଲରୁ ବାହାରିପାରିନଥିଲେ । ତେଣୁ ୪୧ ଜଣ କଏଦୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଗୁରୁତରମାନଙ୍କୁ ଉଦ୍ଦାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଦ କାରବାରରେ ଧରାପଡ଼ିଥିବା କଏଦୀମାନଙ୍କୁ ଉକ୍ତ ଜେଲରେ ରଖାଯାଇଥିଲା । ଏନେଇ ନ୍ୟାୟ ମନ୍ତ୍ରଣାଳୟର ସୁଧାର ବିଭାଗର ମୁଖପାତ୍ର ରିକା ଅପରିଆନ୍ତି କହିଛନ୍ତି କି ରାଜଧାନୀ ଉପକଣ୍ଠରେ ଥିବା ଟାଙ୍ଗରଙ୍ଗ ଜେଲର ‘ସି ବ୍ଲକ୍’ରେ ଏହି ଅଗ୍ନିକାଣ୍ଡ ହୋଇଛି। ତେବେ ସେଠାରେ ଡ୍ରଗ୍ କାରବାର ସହ ଜଡିତ ଥିବା ଅପରାଧୀଙ୍କୁ ସେହି କାରାଗାର ବା ଜେଲରେ ରଖାଯାଇଛି। ଏନେଇ ଅଧିକାରୀମାନେ ଅଗ୍ନିକାଣ୍ଡର କାରଣ ମଧ୍ୟ ଅନୁସନ୍ଧାନ କରୁଛନ୍ତି।ଘଟଣାକୁ କେନ୍ଦ୍ର କରି ସେ କହିଛନ୍ତି ଯେ ଏହି ଜେଲର କ୍ଷମତା ହେଉଛି ୧୨୨୮ କଏଦୀଙ୍କୁ ରଖାଯାଇପାରିବ ହେଲେ ସେଠାରେ ଦୁଇ ହଜାରରୁ ଅଧିକ କଏଦୀଙ୍କୁ ରଖାଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଜେଲର ‘ସି ବ୍ଲକ୍’ରେ ୧୨୨ ଜଣ କଏଦୀ ଥିଲେ। ତେବେ ନିଆଁକୁ ଆୟତ୍ତ କରିବା ପାଇଁ ବହୁ ସଂଖ୍ୟକ ପୋଲିସ ଓ ସୈନିକଙ୍କୁ ସେବାରେ ଲଗା ଯାଇଥିଲା । ଅନେକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ଏବଂ ସମସ୍ତ ବନ୍ଦୀ ଥିବା କଏଦୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ବୋଲି ପ୍ରବକ୍ତା କହିଛନ୍ତି। ସେପଟେ ଇଣ୍ଡୋନେସିଆରେ ଜେଲରୁ ପଳାୟନ କରିବା ଏବଂ ଦଙ୍ଗା ପାଇଁ ନିଆଁ ଲାଗିବା ସାଧାରଣ କଥା । ତେବେ ଜେଲରେ ଅତ୍ୟଧିକ ଭିଡ଼ର ସମସ୍ୟା ପାଲଟିଛି ଯାହାକି ଅର୍ଥ ଅଭାବରୁ ତଥା ବହୁ ସଂଖ୍ୟକ ଲୋକ ବେଆଇନ ଡ୍ରଗ୍ସ ପାଇଁ ଗିରଫ ହୋଇଥିଲେ।