ଆଜିର ଦିନରେ ବିଶ୍ୱକପ ଜିତିଥିଲା ଭାରତ
ନୂଆଦିଲ୍ଲୀ : ଭାରତ ଆଜିର ଦିନ ଅର୍ଥାତ ୨୦୧୧ ମସିହା ଏପ୍ରିଲ ୨ ତାରିଖରେ ବିଶ୍ୱକପ୍ ଉପରେ କବଜା କରିଥିଲା । ଏହି ଟ୍ରଫି ବିଜୟକୁ ୧୦ ବର୍ଷ ପୂରଣ ହୋଇଛି । ୧୯୮୩ରେ ଭାରତ ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ ହୋଇଥିଲା । ଏହାର ୨୮ ବର୍ଷ ପରେ ଟିମ୍ ଇଣ୍ଡିଆ ପୁଣି ଇତିହାସ ରଚିଥିଲା । ଏହାସହ ଓ୍ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ପରେ ତୃତୀୟ ଦଳ ଭାବେ ୨ ବା ଅଧିକ ଥର ବିଶ୍ୱ ବିଜୟୀ ହେବାର ଗୌବର ଅର୍ଜନ କରିବାର ସଫଳ ହୋଇଥିଲା ।
ପ୍ରଥମ ଥର ପାଇଁ ଭାରତ ୧୯୮୩ ରେ କପିଳ ଦେବଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜକୁ ହରାଇ ଚାମ୍ପିଅନ ହୋଇଥିଲା ଭାରତ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୧ ବିଶ୍ୱକପ ଫାଇନାଲରେ ପ୍ରଥମେ ଶ୍ରୀଲଙ୍କା ବ୍ୟାଟିଙ୍ଗ କରି ନିର୍ଧାରିତ ୫୦ ଓଭରରେ ୨୭୪ ରନ କରିଥିଲା । ୨୭୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ସଚ୍ଚିନ ଏବଂ ସେଭାଗଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ଦଳ ପକ୍ଷରୁ ଗୌତମ ଗମ୍ଭୀର ଏବଂ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମ୍ୟାଚ ବିଜୟୀ ଇଂନିସ ଖେଳିବା ସହ ଭାରତକୁ ବିଶ୍ୱକପ ଜିତାଇଥିଲେ । ଭାରତ ଇଂନିସର ୪୮ ତମ ଓଭରରେ ଶ୍ରୀଲଙ୍କାର ନୁୱାନ କୁଳଶେଖରାଙ୍କ ବଲକୁ ଛକା ମାରି ମ୍ୟାଚ ଫିନିସ କରିଥିଲେ ମାହି । ଏହି ମ୍ୟାଚରେ ୯୧ ରନର ଇଂନିସ ଖେଳିଥିବା ଧୋନୀଙ୍କୁ ମ୍ୟାନ ଅପ ଦି ମ୍ୟାଚ ଏବଂ ପୂରା ଟୁର୍ଣ୍ଣାମେଣ୍ଟରେ ଅଲରାଉଣ୍ଡ ଭାବେ ଚତ୍ମକାର ପ୍ରର୍ଦଶନ କରିଥିବା ଯୁବରାଜ ସିଂ ଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଥିଲା ।
ସୂଚନା ଯେ, ୨୦୧୧ ବିଶ୍ୱକପ୍ ଫାଇନାଲ ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିଲା । ଏଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଇତିହାସ ରଚିଥିଲା । ଭାରତ ପ୍ରଥମ ଆୟୋଜକ ଟିମ୍ ଭାବେ ଚାମ୍ପିଅନ ହୋଇଥିଲା । ଏହାପୂର୍ବରୁ କୌଣସି ଦଳ ନିଜ ମାଟିରେ ଚାମ୍ପିଅନ ହୋଇନଥିଲେ । ଦଳ ବିଜୟ ଲକ୍ଷ୍ୟକୁ ପିଛା କରି ଚାମ୍ପିଅନ ହୋଇଥିଲା । ବିଶ୍ୱକପ୍ ଇତିହାସରେ କେବଳ ୨ ଥର ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ଚାମ୍ପିଅନ ହୋଇଛନ୍ତି । ଭାରତ ତୃତୀୟ ଦଳ ଭାବେ ଏହି କୀର୍ତ୍ତି ହାସଲ କରିଥିଲା । ଶ୍ରୀଲଙ୍କାକୁ ଧୋନୀସେନା ୧୦ ବଲ୍ ବାକି ଥାଇ ୬ ଓ୍ୱିକେଟରେ ମାତ୍ ଦେଇଥିଲା । ୨୦୧୧ ପୂର୍ବରୁ ଫାଇନାଲରେ ଶତକ ଅର୍ଜନ କରିଥିବା ଖେଳାଳିଙ୍କ ଟିମ୍ ମ୍ୟାଚ୍ ଜିତୁଥିଲା । କିନ୍ତୁ ଏଥର ଏପରି ହୋଇନଥିଲା । ଶ୍ରୀଲଙ୍କା ଖେଳାଳି ମହେଲା ଜୟବର୍ଦ୍ଧନେ ୧୦୩ ରନ୍ କରିଥିଲେ ବି ଶ୍ରୀଲଙ୍କାକୁ ବିଜୟୀ କରାଇ ପାରିନଥିଲେ। ୨୭୫ ରନର ପିଛା କରୁଥିବା ଭାରତ ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ମ୍ୟାଚକୁ କାବୁ କରିଥିଲେ । ଦଳ ପ୍ରଥମେ ୩୧ ରନରେ ୨ ଓ୍ୱିକେଟ ହରାଇଥିଲେ ବି ଗୌତମ ଗମ୍ଭୀର ଓ ମହେନ୍ଦ୍ର ସିଂ ଧୋନୀଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା ।