ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଲା ‘ରାମସର ସାଇଟ୍’ ମାନ୍ୟତା; ତାମ୍ପରା, ହୀରାକୁଦ ଓ ଅଂଶୁପା ସାମିଲ
![](https://thetruths.in/wp-content/uploads/2022/08/Eleven-Wetland-in-Ramsar-Site.jpg)
ନୂଆଦିଲ୍ଲୀ: ଦେଶର ଆଉ ୧୧ଟି ଆର୍ଦ୍ରଭୂମିକୁ ମିଳିଛି ରାମସର ସାଇଟ ମାନ୍ୟତା। ଯେଉଁଥିରେ ସାମିଲ ଅଛି ଓଡ଼ିଶାର ତାମ୍ପରା, ହୀରାକୁଦ ଓ ଅଂଶୁପା ହ୍ରଦ। ଗତ ମାସରେ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା ମିଳିଥିଲା। ଯେଉଁଥିରେ ଓଡ଼ିଶାର ସାତକୋଶିଆ ଗଣ୍ଡ ସାମିଲ ଥିଲା। କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦର ଯାଦବ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।
PM Shri @narendramodi ji’s love and care for environment is helping India scale newer heights in conservation.
— Bhupender Yadav (@byadavbjp) August 13, 2022
Elated to inform that 11 more Indian wetlands have got Ramsar recognition. This takes our tally to 75 sites.#AmritMahotsav#IndiaAt75 pic.twitter.com/jsYGTBGOQo
ଏହି ତିନୋଟି ଆର୍ଦ୍ରଭୂମିରେ ଗଞ୍ଜାମ ଜିଲ୍ଲାର ତାମ୍ପରା ହ୍ରଦ, ସମ୍ବଲପୁର ଜିଲ୍ଲାର ହିରାକୁଦ ଜଳଭଣ୍ଡାର ଏବଂ କଟକ ଜିଲ୍ଲାର ଅଂଶୁପା ହ୍ରଦ ଅନ୍ତର୍ଭୁକ୍ତ। କେନ୍ଦ୍ର କ୍ୟାବିନେଟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେଣ୍ଡର ଯାଦବ ଆଜି ଏକ ଟୁଇଟରେ ଏହା ଜଣାଇଛନ୍ତି। ଗତ ମାସରେ ମଧ୍ୟ ଭାରତର ୧୦ଟି ଆର୍ଦ୍ରଭୂମିକୁ ରାମସର ସାଇଟ ମାନ୍ୟତା ମିଳିଥିଲା। ଏହି ୧୧ ଟି ଆର୍ଦ୍ରଭୂମି ଅନ୍ତର୍ଭୂକ୍ତ କରି ଦେଶରେ ରାମସର ସାଇଟଗୁଡିକର ସଂଖ୍ୟା ଏପର୍ଯ୍ୟନ୍ତ ୭୫ କୁ ବୃଦ୍ଧି ପାଇଛି। ସୂଚନା ଯେ, ୧୯୭୧ ମସିହାରେ ୟୁନେସ୍କୋ ଦ୍ୱାରା ସ୍ଥାପିତ ଏକ ପରିବେଶ ଚୁକ୍ତି, ଯାହା ଇରାନର ‘ରାମସର’ ନାମରେ ନାମିତ ହୋଇଥିଲା, ରାମସର ସମ୍ମିଳନୀ ଅନ୍ତର୍ଗତ ଆନ୍ତର୍ଜାତୀୟ ଗୁରୁତ୍ୱପୂର୍ଣ୍ଣ ଏକ ଆର୍ଦ୍ରଭୂମି ଗୁଡିକୁ ଏହି ମାନ୍ୟତା ଦିଆଯାଇଥାଏ।