ବିପଦ ସଙ୍କେତ ଟପିଲା ବୈତରଣୀ, ଫୁଲୁଛି ସାଳନ୍ଦୀ
ଭୁବନେଶ୍ୱର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀର ଜଳସ୍ତର । ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ଦିନ ୧୨ ଟା ସୁଦ୍ଧା ୧୭.୮୮ ମିଟର ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ସାଳନ୍ଦୀ ନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ଓ ସାଳନ୍ଦୀ ନଦୀର ଶାଖା ନଦୀ ରେବ, କପାଳୀ, ଗେଙ୍ଗୁଟି, କୋଚିଳା, ଯଅ ନଦୀର ଜଳସ୍ତର ବଢିଛି। ସମସ୍ତ ନାଳ, ଖାଲ ପୋଖରୀ, ଗାଢିଆ ଓ ଚାଷ ଜମିରେ ଏବେ ପାଣି।
ସେହିପରି ଆଜିଠାରୁ ଆରମ୍ଭ ହେଉଥିବା ଲଘୁଚାପର ପ୍ରଭାବ ରୁହେ, ଵର୍ଷାର ମାତ୍ରା ବଢେ ତେବେ ନିଶ୍ଚିତ ବନ୍ୟା ପରିସ୍ଥିତି ଦେଖାଦେବ। ଭଦ୍ରକ ଜିଲାର ୭ଟି ବ୍ଲକ ମଧ୍ୟରୁ ଚାନ୍ଦବାଲି, ତିହିଡି, ଧାମନଗର, ଭଣ୍ଡାରିପୋଖରୀ ବ୍ଲକ ର ତଳିଆ ଅଞ୍ଚଳ ପ୍ରଭାବିତ ହେବ। ସେହିପରି ଭଦ୍ରକ ବ୍ଲକ ଓ ଵନ୍ତ ଵ୍ଲକର ମଧ୍ୟ ଏହାର ଆଂଶିକ ପ୍ରଭାବ ରହିବ। ଚାଷ ଜମିରେ ବର୍ଷା ଜଳ ଜମି ରହିଥିବାରୁ, ଧାନ ତଳି ନଷ୍ଟ ହେବା ଆଶଙ୍କାରେ ଚାଷୀ କୂଳ ।