ମଧୁମେହ ରୋଗୀ ଜଳଖିଆରେ ସାମିଲ କରନ୍ତୁ ଏହି ଖାଦ୍ୟ, ନିୟନ୍ତ୍ରଣରେ ରହିବ ବ୍ଲଡ୍ ସୁଗାର
ମଧୁମେହ ରୋଗୀଙ୍କୁ ସେମାନଙ୍କ ଖାଦ୍ୟର ବିଶେଷ ଯତ୍ନ ନେବାକୁ ପଡ଼େ । ବିଶେଷକରି ସକାଳ ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ । କାରଣ ଜଳଖିଆ ହେଉଛି ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ । ଦିନକୁ ଭଲ ଆରମ୍ଭ କରିବା ପାଇଁ ଏକ ସୁସ୍ଥ ଜଳଖିଆ ଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ଆମର ମେଟାବୋଲିକ୍ ସିଷ୍ଟମ ସହିତ ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଭଲ ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତିଯେ, ସକାଳେ ଏକ ସୁସ୍ଥ ଜଳଖିଆ ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ରକ୍ତରେ ଗ୍ଲୁକୋଜର ସ୍ତର ସକାଳେ ଯେକୌଣସି ସମୟରେ ବଢ଼ିଥାଏ ।
ମଧୁମେହ ରୋଗୀମାନେ ସକାଳେ ଚିନି, ରୁଟି ଏବଂ ଆଳୁ ଭଳି ଜିନିଷ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ବିଶେଷଜ୍ଞଙ୍କ ଅନୁଯାୟୀ ମଧୁମେହ ରୋଗୀ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣ ରଖିବା ପାଇଁ ଜଳଖିଆରେ ପ୍ରୋଟିନ୍, ଫ୍ୟାଟ ଓ ଫାଇବର ଯୁକ୍ତ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରାଯାଇପାରେ ।
ମଧୁମେହ ରୋଗୀମାନେ ଜଳଖିଆରେ ମେଥି ପରାଠା ଖାଇବା ଉଚିତ୍ । ଏହାସହିତ ଆପଣ ଦହି ମଧ୍ୟ ଖାଇପାରିବେ । ଏହାକୁ ଖାଇବା ଦ୍ୱାରା ୩୦୦ କ୍ୟାଲୋରୀ ଏବଂ ପ୍ରାୟ ୮-୧୦ ପ୍ରୋଟିନ୍ ମିଳିଥାଏ । ଯାହାଦ୍ୱାରା ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ ।