ମଧ୍ୟପ୍ରଦେଶରେ ଟିକା ସାର୍ଟିଫିକେଟ ନଥିଲେ ସେଲୁନ ମନା

ମଧ୍ୟପ୍ରଦେଶ : ଆପଣ ଟିକା ନେଇଛନ୍ତି ତ । ତାହେଲେ ସାର୍ଟିଫିକେଟ୍ ଦେଖାଇ ଆସିପାରିବେ ସେଲୁନ । ଯଦି ଆପଣ ଟିକା ନେଇନାହାଁନ୍ତି ତାହେଲେ ଆପଣଙ୍କୁ ସେଲୁନ ମନା । ଅର୍ଥା ନାଁ କଟାହେବ ଆପଣଙ୍କ ଚୁଟି, ନାଁ ହୋଇପାରିବ ସେଭିଂ । ଏକଥା ଆମେ କହୁନି ଏକଥା କହୁଛନ୍ତି ମଧ୍ୟପ୍ରେଦଶର ଛିନ୍ଦଓ୍ୱାଡାର ସେଲୁନ ସଞ୍ଚାଳକ । ଟିକା ପ୍ରତି ଲୋକଙ୍କ ଆଗ୍ରହ କମିଯାଉଥିବାରୁ ଏଭଳି ପ୍ରୟାସ ଆରମ୍ଭ କରିଛନ୍ତି ସଂଗଠନ ।
ସେମାନେ ଘୋଷଣା କରିଛନ୍ତି ଯଦି ଆପଣ ଟିକା ନେଇନାହିଁନ୍ତି କିମ୍ୱା ଟିକାର ସାର୍ଟିଫିକେଟ ନାହିଁ ତାହେଲେ ଆପଣଙ୍କୁ ସେଲୁନ ଓ ପାର୍ଲରରେ ଏଣ୍ଟ୍ରି ମନା । କରୋନାରୁ ବର୍ତ୍ତିବାକୁ ଏକମାତ୍ର ଅସ୍ତ୍ର ଟିକାକରଣ । ଏହି ଟିକାକରଣ ପାଇଁ ଅନେକ ସ୍ଥାନରେ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଯଉଛି । ହେଲେ ତଥାପି କିଛି ଲୋକ ଅମାନିଆ ମାନୁନାହିଁନ୍ତି । ଏସବୁକୁ ଦୃଷ୍ଟିରେ ରଖି ଛିନ୍ଦଓ୍ୱାଡା ସେଲୁନ ଆସୋସିଏସନ ଏଭଳି କଠୋର ପଦକ୍ଷେପ ନେଇଛି । ବୈଠକ କରି ସେଲୁନ ସଞ୍ଚାଳକ ଏହି ନିଷ୍ପତ୍ତି ନେଇଛନ୍ତି କି, ସେଲୁନରେ ଏମିତି କୌଣସି ଯୁବକ ହେବା ଅବା ବୃଦ୍ଧ, ବୟସ୍କ ଯେଉଁମାନେ ଟିକା ନ ନେଇଛନ୍ତି ସେମାନଙ୍କର କୌଣସି କାମ କରାଯିବନି । ସେଲୁନକୁ ଆସୁଥିବା ପ୍ରତି ଲୋକ ଭାକସିନେସନ ସାର୍ଟିଫିକେଟ ଦେଖାଇଲେ ଦୋକାନରେ ଏଣ୍ଟ୍ରି ମାରୁଛନ୍ତି । ସଂଗଠନ ତରଫରୁ କୁହାଯାଇଛି ଯ, ପ୍ରତିଟି ଜୀବନ ମୂଲ୍ୟବାନ । ଏଥିପାଇଁ ଆମେ ଦୋକାନୀମାନଙ୍କୁ ଟିକାକରଣ ନେଇ ବାଧ୍ୟ କରିଥିଲୁ । ତେବେ ଏମତି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନାତ ସୃଷ୍ଟି ହେବା ସହ କରୋନାକୁ ଆମେ ଜିତିପାରିବା ବୋଲି ସଂଗଠନ ବିଶ୍ୱାସ ରଖିଛି ।