ଭାରତରେ କରୋନା ସ୍ଥିତି ଆଗକୁ ସାଂଘାତିକ ରୂପ ନେଇପାରେ : ହୁ

FILE PHOTO: World Health Organization (WHO) Director-General Tedros Adhanom Ghebreyesus attends a news conference in Geneva Switzerland July 3, 2020. Fabrice Coffrini/Pool via REUTERS/File Photo
ନୂଆଦିଲ୍ଲୀ : ଭାରତରେ କୋଭିଡ-୧୯ ମହାମାରୀର ଦ୍ୱିତୀୟ ସଂକ୍ରମଣ ଜନିତ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହୋଇଛି। ଦେଶର ଅନେକ ରାଜ୍ୟରେ ସଂକ୍ରମଣ, ଡାକ୍ତରଖାନାରେ ଭର୍ତ୍ତିହେବା ଏବଂ ମୃତ୍ୟୁସଂଖ୍ୟା ବୃଦ୍ଧି ଖୁବ ଦୁଃଖଦାୟକ ହୋଇଛି ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ହୁ) ମୁଖ୍ୟ ଟେଡ୍ରୋସ ଆଧାନୋମ୍ ଘେବ୍ରେସସ୍।
ଭାରତରେ କରୋନା ସ୍ଥିତି ନେଇ ପୁଣି ଚେତାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) । ମହାମାରୀର ୨ୟ ବର୍ଷ ଆଗକୁ ସାଂଘାତିକ ରୂପ ନେଇପାରେ । ମହାମାରୀର ଆସନ୍ତା ବର୍ଷ ପ୍ରଥମ ବର୍ଷ ତୁଳନାରେ ଅଧିକ ଘାତକ ହେବ । ଏହାସହ ସେ କହିଛନ୍ତି ଭାରତର ଏଭଲି ସ୍ଥିତିରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଯଥାସମ୍ଭବ ସହାୟତା କରୁଛି । ଡାକ୍ତରଖାନାକୁ ହଜାର ହଜାର ଅମ୍ଳଜାନ ଅସ୍ଥାୟୀ ତମ୍ବୁ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଯୋଗାଉଛି । ସେ ଆହୁରି କହିଛନ୍ତି ଭାରତରେ ଯେଉଁଭଳି ଦୈନିକ ସଂକ୍ରମଣ ବଢୁଛି । ଦୈନିକ ମୃତ୍ୟୁ ସଖ୍ୟା ବଢୁଛି । ଏସବୁକୁ ନଜର ପକାଇଲେ ଜଣାପକାଇଲେ ସ୍ପଷ୍ଟ ବାରି ହୋଇପଡୁଛି ମହାମାରୀର କରାଳ ରୂପକୁ । ଶିଶୁଙ୍କୁ ଟିକା ଲଗାଇବା ସ୍ଥାନରେ କୋଭ୍ୟାକ୍ସ ଲାଗି ଡୋଜ୍ ଦାନ କରନ୍ତୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦେଶଗୁଡ଼ିକୁ କୋଭାକସ୍ ଯୋଜନା ଅଧୀନରେ ଗରିବ ଦେଶମାନଙ୍କୁ କୋଭିଡ -୧୯ ଟିକା ଦାନ କରିବାକୁ ପରାମର୍ଶ ଦେଇଛି । ଭାରତରେ ସାଂପ୍ରତିକ ପରିସ୍ଥିତିର ମୁକାବିଲା ପାଇଁ ହୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି ଏବଂ ଏହି ଦେଶକୁ ହଜାର ହଜାର ଅମ୍ଳଜାନ ସାନ୍ଦ୍ରକ, ଭ୍ରାମ୍ୟମାଣ କ୍ଷେତ୍ରସ୍ତରୀୟ ଚିକିତ୍ସାଳୟ ପାଇଁ ତମ୍ବୁ, ତୁଣ୍ଡି ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ପଠାଯାଇଛି। ଏ ଦିଗରେ ଭାରତକୁ ସହଯୋଗ କରୁଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଘେବ୍ରେସସ୍ କହିଛନ୍ତି, କେବଳ ଭାରତ ନୁହେଁ, ନେପାଳ, ଶ୍ରୀଲଙ୍କା, ଭିଏତନାମ, କାମ୍ବୋଡିଆ, ଥାଇଲାଣ୍ଡ ଏବଂ ଇଜିପ୍ଟ ଆଦି ରାଷ୍ଟ୍ରରେ ମଧ୍ୟ କୋଭିଡ ସଂକ୍ରମଣ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧିପାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସେମାନଙ୍କୁ ମଧ୍ୟ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବ। ଏପରିକି ଆଫ୍ରିକାର କିଛି ରାଷ୍ଟ୍ରରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିସହିତ ସେ କହିଛନ୍ତି, କୋଭିଡ ଟିକାକରଣ ଏକ ମୁଖ୍ୟ ଆହ୍ୱାନ ହୋଇ ରହିଛି ଏବଂ ତାହାସହିତ ଜୀବନ ଓ ଜୀବିକା ଉଭୟ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି। ନୀତି ନିର୍ଦ୍ଧାରଣ ସମୟରେ ଏଥିମଧ୍ୟରୁ ଗୋଟିକୁ ବାଦ୍ ଦେଇ ହେବନାହିଁ।