ଶୀତ ଦିନେ କେତେ ପରିମାଣର ପାଣି ପିଇବା ଆବଶ୍ୟକ ? ଶରୀରରେ ଜଳର ଅଂଶ କମିଲେ ହୋଇପାରେ ଘାତକ ରୋଗ
![](https://thetruths.in/wp-content/uploads/2022/11/Drinking-Water.jpg)
ଶୀତଦିନେ ସାଧାରଣତଃ ସମସ୍ତେ କମ୍ ପାଣି ପିଇଥାନ୍ତି। ଫଳରେ ଦେହରେ ଜଳୀୟ ଅଂଶ କମି ଯାଇଥାଏ। ସେଥିପାଇଁ ତ୍ବଚା ଶୁଖିଲା ଦେଖାଯିବା ସହ ଓଠ ମଧ୍ୟ ଫାଟିଥାଏ । ଏଭଳି ଆଉ କେତେକ ସମସ୍ୟା ମଧ୍ୟ ଦେଖାଦେଇଥାଏ। ତେବେ, ଆସନ୍ତୁ ଜାଣିବା ଶୀତଦିନେ କେତେ,ପାଣି ପିଇବା ଆବଶ୍ୟକ । ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହ ତ୍ବଚାକୁ ସତେଜ ରଖିବ ।
ପାଣି ପିଇବା କାହିଁକି ଆବଶ୍ୟକ ?
କମ୍ ପାଣି ପିଇଲେ ଆମେ ଡିହାଇଡ୍ରେସନର ଶିକାର ହୋଇଥାଉ । ଯାହା ଆମ ଅଙ୍ଗକୁ କ୍ଷତି ପହଞ୍ଚାଏ । କମ୍ ପାଣି ପିଉଥିବା ବୟସ୍କ ବ୍ୟକ୍ତିମାନେ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ସଠିକ୍ ପରିମାଣର ପାଣି ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ ।
ଗୋଟିଏ ଦିନରେ ଆପଣ କେତେ ପାଣି ପିଇବା ଉଚିତ୍ ?
ବୟସ ଅନୁସାରେ, ବ୍ୟକ୍ତିଙ୍କ ଉପରେ ପାଣି ପିଇବା ଆବଶ୍ୟକ । ସମୟ, ସ୍ଥାନ,କୌଣସି ଋତୁ ଉପରେ ନିର୍ଭର କରି ଏହା ଅଧିକ କିମ୍ବା କମ୍ ହୋଇପାରେ । ଡାକ୍ତରମାନେ ପରାମର୍ଶ ଦିଅନ୍ତି ଯେ, ଆପଣ ସର୍ବଦା ନିଜ ହାତରେ ପାଣି ବୋତଲ ରଖନ୍ତୁ ଯାହା ଦ୍ବାରା ଆପଣ ଯେତେବେଳେ ଶୋଷିଲା ଅନୁଭବ କରିବେ । ସେତେବେଳେ ଆପଣ ପାଣି ପିଇ ପାରିବେ । ଆପଣଙ୍କୁ ଏକ ସମୟରେ ୩-୪ ଗ୍ଲାସ୍ ପାଣି ପିଇବା ଆବଶ୍ୟକ ନାହିଁ, ଏହାକୁ ପ୍ରତି ଘଣ୍ଟାରେ ପିଅନ୍ତୁ ।
ଆପଣ ସକାଳୁ ଉଠିବା ମାତ୍ରେ କେତେ ପାଣି ପିଇବା ଉଚିତ୍ ?
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି ଯେ, ରାତିସାରା ଶରୀରରେ ଜଳର ଅଭାବ ରହିଥାଏ। ତେଣୁ ଆପଣ ସକାଳୁ ଉଠିବା ମାତ୍ରେ ଅତି କମରେ ଗୋଟିଏ ଗ୍ଲାସ୍ ପାଣି ଖାଇବା ଉଚିତ୍। ନଚେତ୍ ରକ୍ତ ମୋଟା ହୋଇଯାଏ ଏବଂ ଯାହା ହୃଦଘାତର କାରଣ ହୋଇପାରେ ।
ବ୍ୟାୟାମ ସମୟରେ ମଧ୍ୟ ପାଣି ପିଅନ୍ତୁ :
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ବ୍ୟାୟାମ କରିବା ସମୟରେ ଆମେ ଦେହରୁ ବହୁତ ଝାଳ ବାହାରେ । ବ୍ୟାୟାମ ସମୟରେ ଏବଂ ପରେ କିଛି ପାଣି ପିଇବା ଆବଶ୍ୟକ।
ଠିଆ ହେବା ସମୟରେ ଆମେ ପାଣି ପିଇବା ଉଚିତ୍ ନୁହେଁ କି ?
ଠିଆ ହୋଇ ପାଣି ପିଇବାକୁ କେତେକ ମନା କରନ୍ତି । ତେବେ, ଏଭଳି କଥାକୁ ଖଣ୍ତନ କରିଛନ୍ତି କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ । ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ମାରାଥନରେ ଦୌଡୁଥିବା ଧାବକ ବା ଧାବିକା ମାନେ କିପରି ପାଣି ପିଇଥାନ୍ତି ବୋଲି ଯୁକ୍ତି ବାଢିଛନ୍ତି।
ଗରମ ପାଣି କିମ୍ବା ଥଣ୍ଡା ପିଅନ୍ତୁ ?
ଡାକ୍ତରମାନେ ବର୍ଷସାରା ଉଷୁମ ପାଣି ପିଇବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଫ୍ରିଜ୍ ପାଣି ବା ଥଣ୍ତା ପାଣି ପିଇବା କ୍ଷତିକାରଣ ହୋଇଥାଏ । ଶୀତଦିନେ ଆପଣ ଉଷୁମ ପାଣି ପିଇପାରିବେ ।
ଆପଣ କେଉଁ ସମୟରେ ପାଣି ପିଇବା ଉଚିତ୍ ନୁହେଁ ?
ଡାକ୍ତରଙ୍କ କହିବାନୁସାରେ, ଫଳରେ ଅଧିକ ପରିମାଣରେ ଜଳ ଥାଏ । ତେଣୁ ଫଳ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ । ସେହିଭଳି ଭାତ ଖାଇବା ପରେ ପାଣି ପିଇବା ଉଚିତ୍ ନୁହେଁ । ଆପଣ ଖାଦ୍ୟ ଖାଇବାର ୩୦ ମିନିଟ୍ ପରେ ପାଣି ପିଇପାରିବେ ।