ଅକ୍ସିଜେନ୍ ଓ ମେଡିକାଲ ସପ୍ଲାଏ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ବ୍ରିଟେନ ସରକାରଙ୍କୁ ଅନୁରୋଧ କଲେ ଭାରତୀୟ ରାଷ୍ଟ୍ରଦୂତ
ନୂଆଦିଲ୍ଲୀ : ବ୍ରିଟେନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୋସିଆଲ ମିଡିଆ ଜରିଆରେ ଭାରତକୁ ସହାଯ୍ୟ ପାଇଁ ଅନୁରୋଧ କରିଛନ୍ତି । କରୋନା ସଙ୍କଟରେ ଭାରତକୁ ଅକ୍ସିଜେନ୍ ଓ ମେଡିକାଲ ସପ୍ଲାଏ ଆବଶ୍ୟକତାକୁ ପୂରଣ କରିବା ପାଇଁ ସେ ବ୍ରିଟେନ ସରକାରଙ୍କୁ କହିଛନ୍ତି । ଏଥିରେ ଅକ୍ସିଜେନ୍ ସିଲିଣ୍ଡର, କଷ୍ଟ୍ରେଟର୍ ଓ ରେମଡେସିଭିର ବାବଦରେ ଉଲ୍ଲେଖ ରହିଛି ।
ଟ୍ୱିଟରରେ ଏହି ଅନୁରୋଧ ସେହି ସମୟରେ କରାଯାଅଛି, ଯେତେବେଳେ ବ୍ରିଟେନରେ ଭାରତୀୟ ସମୁଦାୟ ସାହାଯ୍ୟ ଯୋଗାଡ କରିବା ପାଇଁ ପ୍ରୟାସ କରୁଛନ୍ତି । ଦେଶରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରର ହସ୍ପିଟାଲରେ ଅକ୍ସିଜନର ଘୋର୍ ଅଭାବ ପରିଲକ୍ଷିତ ହେଉଛି । ଏହାପୂର୍ବରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କହିଥିଲେ ଯେ, ଭାରତକୁ କିପରି ସାହାଯ୍ୟ କରାଯାଇ ପାରିବ ସେନେଇ ନଜର ବିଚାର କରାଯାଉଛି । କରୋନାର ନୂଆ ଲହର ବହୁତ ଘାତକ ଅଟେ । ଏହା ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପକାଉଥିବା ସେ କହିଛନ୍ତି ।