ଗୁରୁ ଉଦୟ ୨୦୨୪ : ଜୁନରେ ଏହି ସବୁ ରାଶିଙ୍କ ପାଇଁ ଧନର ପେଡ଼ି ଖୋଲିବେ ବୃହସ୍ପତି, ହେବ ଟଙ୍କାର ବର୍ଷା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଦେବଗୁରୁ ବୃହସ୍ପତି ମେଷ ରାଶି ଛାଡି଼ ଜୁନ୍ ୩ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ବୃଷ ରାଶିରେ ଉଦୟ ବା ଗୋଚର ଗରିବେ। ଧାର୍ମିକ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ସନ୍ତାନ, ଦାନ, ଧନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ରାଶିରେ ବା ଜାତକରେ ଦେବଗୁରୁଙ୍କ ସ୍ଥିତି ସୁଦୃଢ ରହିଲେ ବ୍ୟକ୍ତି ଜୀବନରେ ଧନୀ ଏବଂ ଜ୍ଞାନୀ ହୋଇଥାଏ ବୋଲି ବିଶ୍ବାସ୍ ରହିଛି । ତେବେ, ଦେବଗୁରୁ ବୃହସ୍ପତିଙ୍କ ଏହି ଉଦୟ କିଛି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଆସନ୍ତୁ ଜାଣିବା ସେହି ରାଶି ଗୁଡି଼କ ବିଷୟରେ …
ବୃଷ :
ବୃହସ୍ପତିଙ୍କ ଉଦୟ , ଏହି ରାଶିଙ୍କ ଭାଗ୍ୟର ଫିଟାଇବ । ବିଶେଷ କରି ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଅଧା ରହିଥିବା କାମ ପୂରା ହେବ। ବାକି ପଡି଼ଥିବା ଟଙ୍କା ଫେରସ୍ତ ପାଇବେ। ମାସ ଆରମ୍ଭରୁ କ୍ୟାରିୟର ସମ୍ବନ୍ଧୀୟ କୌଣସି ଖୁସି ଖବର ପାଇ ପାରନ୍ତି। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ଦରମା ବଢିବା ସହ ଆୟ ବୃଦ୍ଧି ହେବ। ବ୍ୟବସାୟୀଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି । ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ, ଏହା ହେଉଛି ସବୁଠୁ ଭଲ ସମୟ। ନୂଆ ବ୍ୟବସାୟ ଆରମ୍ଭ କଲେ ଦ୍ବି ଗୁଣିତ ଲାଭ ପାଇବେ। କିନ୍ତୁ ଏହି ଅବଧି ମଧ୍ୟରେ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନଚେତ୍ ଦୁର୍ଘଟଣାର ଶୀକାର ହୋଇପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ।
କର୍କଟ :
ଦେବଗୁରୁ ବୃହସ୍ପତିଙ୍କ ଉଦୟ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ୍ ହେଉଛନ୍ତି । ସେମାନେ ଏହି ସମୟରେ ଶୁଭଫଳ ପାଇବେ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଧନଲାଭର ଯୋଗ ରହିଛି। କର୍ମକ୍ଷେତ୍ରରେ ଉତ୍ତମ ଫଳ ପାଇବେ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ଦରମା ବୃଦ୍ଧି କରିବେ। ପ୍ରେମୀ ମାନଙ୍କ ପାଇଁ ସମୟ ବେଶ୍ ଖାସ୍ ରହିବ। ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିଣିପାରନ୍ତି।
ସିଂହ :
ବୃହସ୍ପତିଙ୍କ ଉଦୟ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। କ୍ୟାରିୟରରେ ଅଗ୍ରଗତି କରିବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଚାକିରି ପରିବର୍ତ୍ତନ କଲେ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି। ବେକାରୀମାନେ ଚାକିରି ପାଇବାର ସମ୍ଭାବନା ରହିଛି। ବ୍ୟବସାୟୀମାନେ ଆର୍ଥିକ ଦୃଷ୍ଟି କୋଣରୁ ଲାଭବାନ୍ ହେବେ। ଆକସ୍ମିକ ଧନଲାଭର ଯୋଗ ରହିଛି । କିନ୍ତୁ ଆସନ୍ତା ମାସରେ ଆପଣଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହୋଇପାରେ। ତେଣୁ ଜଗିରଖି ଚଳିବା ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।