ଗୌତମ ଅଦାନୀଙ୍କୁ ମୁମ୍ବାଇ ବିମାନ ବନ୍ଦରର ଦାୟିତ୍ଵ
![](https://thetruths.in/wp-content/uploads/2021/07/Goutam-Adani.jpg)
ନୂଆଦିଲ୍ଲୀ : ଅରବପତି ଉଦ୍ୟୋଗପତି ଗୌତମ ଅଦାନୀଙ୍କ ଅଦାନୀ ଗ୍ରୁପ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଛି । ଏନେଇ ଖୋଦ୍ ଅଦାନୀ ଟ୍ଵିଟ୍ କରି ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ଅଦାନୀ ଗ୍ରୁପ ଗତ କିଛି ବର୍ଷ ହେବ ବିମାନ ସେବା କ୍ଷେତ୍ରରେ ନିଜର ସ୍ଥିତି ମଜବୁତ କରିବାରେ ଲାଗିଛି। ମୁମ୍ବାଇ ବିମାନ ବନ୍ଦରର ପରିଚାଳନା ସଂପୂର୍ଣ୍ଣ ନିଜ ହାତକୁ ନେବା ଏହି ଦିଗରେ ଏକ ବଡ ପଦକ୍ଷେପ।
ମୁମ୍ବାଇ ଏୟାରପୋର୍ଟର ନିୟନ୍ତ୍ରଣ ଦାୟିତ୍ୱ ପାଇବା ସହିତ ଆଦାନୀ ଗ୍ରୁପ ଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ଅପରେଟର ହୋଇପାରିଛି । ସେ ଲେଖିଛନ୍ତି ଯେ, ବିଶ୍ୱସ୍ତରୀୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ପରିଚାଳନାର ଦାୟିତ୍ୱ ପାଇଁ ଆମେ ନିଜକୁ ଗର୍ବ କରୁଛୁ । ମୁମ୍ବାଇବାସୀକୁ ଗୌରବାନ୍ୱିତ କରିବା ଲାଗି ଆମେ ପ୍ରତିଶ୍ରୁତି ଦେଉଛୁ ଏବଂ ଏଥିରେ ଆମେ ସଫଳ ରହିବୁ । ସେହିପରି ବିଶ୍ଵସ୍ତରୀୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ସଞ୍ଚାଳନ ଦାୟିତ୍ଵ ନିଜ ହାତକୁ ଅସିବା ନେଇ ଆମେ ଆନନ୍ଦିତ। ମୁମ୍ବାଇକୁ ଗୌରବାନ୍ଵିତ କରିବାକୁ ଆମେ ପ୍ରତିଶ୍ରୁତି ଦେଉଛୁ। ଅଦାନୀ ଗ୍ରୁପ ବ୍ୟବସାୟ, ଲଗ୍ଜରୀ ଓ ମନୋରଞ୍ଜନ ପାଇଁ ଭବିଷ୍ୟତର ଏୟାରପୋର୍ଟ ଇକୋ ସିଷ୍ଟମ ସ୍ଥାପନ କରିବ। ଏହା ମାଧ୍ୟମରେ ହଜାର ସଂଖ୍ୟକ ସ୍ଥାନୀୟ ଲୋକଙ୍କୁ ରୋଜଗାର ଦିଆଯିବ ବୋଲି ଅଦାନୀ କହିଛନ୍ତି। ସୂଚନା ଯେ, ଦେଶର ପ୍ରମୁଖ ବିମାନ ବନ୍ଦରର ସଞ୍ଚାଳନ ଘରୋଇ ହାତକୁ ଦେବା ପାଇଁ କେନ୍ଦ୍ର ସରକାର ୨୦୧୯ରେ ବିଡିଂ ମଗାଇଥିଲେ। ଏଥିରେ ଅହମ୍ମଦାବାଦ, ଲକ୍ଷ୍ନୌ, ଜୟପୁର, ମାଙ୍ଗାଲୋର, ଗୌହ୍ଵାଟୀ ଓ ତିରୁଅନନ୍ତପୁରମ ଛଅ ବିମାନ ବନ୍ଦରର ଠିକା ଅଦାନୀ ଗ୍ରୁପକୁ ମିଳିଥିଲା। ଅଦାନୀ ଗ୍ରୁପ ଏହି ସବୁ ବିମାନ ବନ୍ଦରର ସଞ୍ଚାଳନ ପାଇଁ ୫୦ ବର୍ଷର ଠିକା ନେେଇଛି। ବିମାନ ବନ୍ଦର ସଞ୍ଚାଳନ କ୍ଷେତ୍ରରେ ଜିଏମଆର ପରି ବଡ ସଂସ୍ଥାକୁ ପଛରେ ପକାଇ ଅଡାନୀ ଗ୍ରୁପ ଏହି ଠିକା ହାସଲ କରିଛି।