ବିଶ୍ୱରେ ଆଉ ୪,୯୮,୬୯୨ ସଂକ୍ରମିତ ଓ ୭,୯୬୯ ମୃତ

- ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୮୫ଲକ୍ଷ ୬୮ହଜାର ୧୧୯ ଓ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୬୫ହଜାର ୧୭୮କୁ ବୃଦ୍ଧି
ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ଦୀର୍ଘ ଦିନ ପରେ ନିୟନ୍ତ୍ରଣକୁ ଆସିଛି । ଏହାରି ମଧ୍ୟରେ ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୯୮ହଜାର ୬୯୨ଜଣ ସଂକ୍ରମିତ ହୋଇଥିବାବେଳେ ୭ହଜାର ୯୬୯ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮କୋଟି ୮୫ଲକ୍ଷ ୬୮ହଜାର ୧୧୯ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ଲକ୍ଷ ୬୫ହଜାର ୧୭୮ ଜଣକୁ ବୃଦ୍ଧି ପାଇଛି । ସେହିପରି କରୋନାରୁ ୧୭କୋଟି ୨୩ଲକ୍ଷ ୯୯ହଜାର ୨୪ଜଣ ସୁସ୍ଥ ହୋଇ ଥିବାବେଳେ ୧କୋଟି ୨୧ଲକ୍ଷ ୩ହଜାର ୯୧୭ ଜଣ ସକ୍ରିୟ ମାମଲା ରହିଛି ।
ସୂଚନା ଯେ, ଆମେରିକାରେ ୩କୋଟି ୪୮ଲକ୍ଷ ୩ହଜାର ୧୫୫ ସଂକ୍ରମିତ ଓ ୬ଲକ୍ଷ ୨୩ହଜାର ୩୯୨ ଜଣ ମୃତ ଥିବାବେଳେ
ବ୍ରାଜିଲରେ ୧କୋଟି ୯୧ଲକ୍ଷ ୫୨ହଜାର ୬୫ ସଂକ୍ରମିତ ଓ ୫ଲକ୍ଷ ୩୫ ହଜାର ୯୨୪ମୃତ, ଋଷିଆରେ ୫୮ ଲକ୍ଷ ୩୩ ହଜାର ୧୭୫ ସଂକ୍ରମିତ ଓ ୧ଲକ୍ଷ ୪୪ ହଜାର ୪୯୨ ମୃତ, ଫ୍ରାନ୍ସରେ ୫୮ ଲକ୍ଷ ୨୦ ହଜାର ୮୪୯ ସଂକ୍ରମିତ ଓ ୧ ଲକ୍ଷ ୧୧ ହଜାର ୪୦୭ ମୃତ, ତୁର୍କୀରେ ୫୪ ଲକ୍ଷ ୯୩ ହଜାର ୨୪୪ ସଂକ୍ରମିତ ଓ ୫୦ ହଜାର ୩୨୪ ମୃତ, ୟୁକେରେ ୫୧ ଲକ୍ଷ ୯୧ ହଜାର ୪୫୯ ସଂକ୍ରମିତ ଓ ୧ ଲକ୍ଷ ୨୮ ହଜାର ୪୮୧ ମୃତ, ଆର୍ଜେଣ୍ଟିନାରେ ୪୬ ଲକ୍ଷ ୮୨ ହଜାର ୯୬୦ ସଂକ୍ରମିତ ଓ ୯୯ ହଜାର ୬୪୦ମୃତ, କଲୋମ୍ବିଆରେ ୪୫ ଲକ୍ଷ ୪୮ ହଜାର ୧୪୨ ସଂକ୍ରମିତ ଓ ୧ ଲକ୍ଷ ୧୩ ହଜାର ୮୩୯ମୃତ, ଇଟାଲିରେ ୪୨ ଲକ୍ଷ ୭୩ ହଜାର ୬୯୩ ସଂକ୍ରମିତ ଓ ୧ଲକ୍ଷ ୨୭ ହଜାର ୮୦୮ମୃତ, ସ୍ପେନରେ ୪୦ ଲକ୍ଷ ୧୫ ହଜାର ୮୪ ସଂକ୍ରମିତ ଓ ୮୧ ହଜାର ୩୩ ମୃତ ରହିଛନ୍ତି ।