ଚମ୍ପାଗଡ ନିକଟରେ ଟ୍ୟାଙ୍କର୍ରୁ ଗ୍ୟାସ୍ ଲିକ୍, ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ପ୍ରୟାସ

ନୟାଗଡ : ନୟାଗଡ ଚମ୍ପାଗଡ ନିକଟ ରାଜପଥରେ ହାଇଡ୍ରୋକ୍ଲୋରିକ୍ ଏସିଡି ଟ୍ୟାଙ୍କର ଲିକ୍ ହୋଇଛି । ଏସିଡ୍ ଲିକ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି । ଟ୍ୟାଙ୍କରରେ ୨୩ ହଜାର ଲିଟର ଏସିଡ ଥିବା ସୂଚନା ମିଳିଛି । ଟ୍ୟାଙ୍କରଟି କୋଲକାତା ଯାଉଥିଲା । ତେବେ ଏସିଡ୍ ଲିକକୁ ରୋକିବା ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।
ଏକ ହାଇଡ୍ରୋକ୍ଲୋରାଇଡ୍ ଟ୍ୟାଙ୍କର୍ ଗଞ୍ଜାମରୁ କୋଲକାତା ଯାଉଥିବା ବେଳେ ଆଜି ରାତି ସାଢେ ୮ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥର ଚାନ୍ଦପୁର ଥାନା ଅଧୀନସ୍ଥ ଚମ୍ପାଗଡ଼ ଛକ ଅସୁକାଇ ଖୋଲ ନିକଟରେ ଗ୍ୟାସ୍ ଲିକ୍ ହୋଇଛି। ଟ୍ୟାଙ୍କର୍ ଭାଲ୍ବ କଟିଯିବାରେ ଏସିଡ୍ ଲିକ୍ ହୋଇଥିବା ଜଣାପଡ଼ିଛିା। ଏହି ଏସିଡ୍ ଯେଉଁ ସ୍ଥାନରେ ସେଠାରେ କ୍ଷତି କରିବ। ଘଟଣା ସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଖୋର୍ଦ୍ଧା ଅଗ୍ନିଶମ ବିଭାଗ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପାଣି ବର୍ଷା କରୁଥିବା ଜଣାପଡ଼ିଛିା। ଏହି ଏସିଡ୍ ଲିକ୍ ଯୋଗୁ ଏ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ତେବେ ଏଥିରେ କୌଣସି ଧନ ଜୀବନ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି।