ଆଜିଠୁ ଗଡିବ ବସ୍, ପାଳନ ହେବ କୋଭିଡ୍ କଟକଣା
ଭୁବନେଶ୍ୱର : ମହାମାରୀ କରୋନା ମଧ୍ୟରେ ଆଜିଠାରୁ ସୋମବାରଠୁ ସାରା ରାଜ୍ୟରେ ଗଡିବ ବସ୍। ନିଖିଳ ଓଡ଼ିଶା ବସ୍ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ୧୦ଦଫା ଦାବିକୁ ରାଜ୍ୟ ସରକାର ଗ୍ରହଣ କରିନେଇଥିବାରୁ ବସ୍ ଚଳାଳଚ ସ୍ବାଭାବିକ କରିବାକୁ ବସ୍ ମାଲିକ ସଂଘ ନିଷ୍ପତ୍ତି ନେଇଛି। ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ବସ୍ ଚଳାଚଳ କରିବ। ପ୍ରତି ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯିବେ। ବିନା ମାସ୍କରେ କାହାକୁ ନିଆଯିବନି। ବସ୍ କୁ ପ୍ରତିଦିନ ବିଶୋଧନ କରାଯିବ। ୧୬ଟି ରୁଟ୍ ରେ ଚଳାଚଳ କରିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ ଚାଳାଚଳ ପାଇଁ ନିସ୍ପତ୍ତି ନେଇଛି କ୍ରୁଟ୍ । ଶନିବାର ଦିନ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ବସ୍ ମାଲିକ ସଂଘର ସମସ୍ତ ଦାବି ଉପରେ ଆଲୋଚନା ହେବା ପରେ ଏହାକୁ ଧୀରେ ଧୀରେ ପୂରଣ କରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ଏହାପରେ ବସ୍ ମାଲିକ ସଂଘ ବସ୍ ଚଳାଇବାକୁ ରାଜି ହୋଇଛି। ସେହିପରି ବାହାର ରାଜ୍ୟକୁ ଗାଡ଼ି ଚଳାଚଳ କରିବାକୁ ଅନୁମତି ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି। ସେପଟେ ରାଜଧାନୀରେ ଆଜିଠୁ ପୁଣି ଆରମ୍ଭ ହେବ “ମୋ ବସ” ସେବା। ଦୁଇ ମାସ ପରେ ରାଜଧାନୀର ରାସ୍ତାରେ ଗଡ଼ିବ ବସ୍ । ପ୍ରଥମ ପର୍ଯ୍ୟାୟରେ ୮୯ ଟି ବସ୍ ଚାଲିବା ପାଇଁ ନିଷ୍ପତ୍ତି ହୋଇଛି ।
ସୂଚନା ଯେ, କରେନା ମହାମାରୀ ପାଇଁ ଗତ ଏପ୍ରିଲ ୧୦ରୁ ରାଜ୍ୟ ବାହାରକୁ ଓ ମେ ମାସ ୫ରୁ ରାଜ୍ୟ ଭିତରେ ବସ୍ ଚଳାଚଳକୁ ସରକାର ବନ୍ଦ କରିଥିଲେ। ସଂକ୍ରମଣ ସ୍ଥିତିରେ ସୁଧାର ଆସିବାରୁ ଚଳିତମାସ ୧ରୁ ରାଜ୍ୟର ୨୦ଟି ଜିଲ୍ଲାରେ ଓ ଏବେ ବଳକା ୧୦ଟି ଜିଲ୍ଲାରେ ବସ୍ ଚଳାଇବାକୁ ସରକାର ଅନୁମତି ଦେଇଛନ୍ତି। ରାଜ୍ୟର ମୋଟ ୧୬ ହଜାରୁ ଅଧିକ ବସ୍ ଗତ ୩ ମାସ ଧରି ଛିଡ଼ା ହୋଇଥିବା ବେଳେ ଏବେ ସେଗୁଡ଼ିକ ଗଡ଼ିବା ପୂର୍ବରୁ ମରାମତି ଖୋଜୁଛି। କଟକ ଓ ଭୁବନେଶ୍ବରରୁ ମୋଟ ବସ୍ର ୬୦ ପ୍ରତିଶତ ଥିବା ବେଳେ ଏହାର ମରାମତି ପାଇଁ ଗ୍ୟାରେଜ୍ଗୁଡିକରେ ମେକାନିକ୍ଙ୍କ ଅଭାବ ଦେଖାଯାଇଛି। କଟକ ମଙ୍ଗୁଳି ଛକରୁ ଭୁବନେଶ୍ବରର ପାତ୍ରପଡ଼ା ମଧ୍ୟରେ ୩୭୦ରୁ ଅଧିକ ଛୋଟ-ବଡ଼ ଗ୍ୟାରେଜ୍ ରହିଛି। ମାତ୍ର କରୋନା ପାଇଁ ଏଠାରେ କାମ କରୁଥିବା ମେକାନିକ୍ ଓ ଶ୍ରମିକମାନେ ଏପ୍ରିଲରୁ ସେମାନଙ୍କ ଗାଁକୁ ଚାଲିଯାଇଛନ୍ତି।