ଫ୍ରେଞ୍ଚ ଓପନ: ୧୯ତମ ଗ୍ରାଣ୍ଡ ସ୍ଲାମ ଜତିିଲେ ଜୋକୋଭିକ୍
![](https://thetruths.in/wp-content/uploads/2021/06/Djkovic-1024x576.jpg)
ପ୍ୟାରିସ୍ : ବିଶ୍ୱର ୧ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଫ୍ରେଞ୍ଚ ଓପନ ଟାଇଟଲ ଜିତିଛନ୍ତି । ସେ ଫାଇନାଲ ମୁକାବିଲାରେ ଷ୍ଟେଫାନୋସ ସିତସିପାସଙ୍କୁ ୬-୭, ୨-୬,୬-୩,୬-୪ରେ ପରାସ୍ତ କରିଛନ୍ତି । ସର୍ବିଆର ଏହି ଖେଳାଳିଙ୍କୁ ପ୍ରଥମ ୨ଟି ସେଟରେ ପରାସ୍ତ ହେବାକୁ ପଡ଼ିଥିଲା । କିନ୍ତୁ ସେ ୩ୟ ସେଟରେ ଫର୍ମକୁ ପ୍ରତ୍ୟାବର୍ତ୍ତନ କରି ଲଗାତାର ଜିତିଥିଲେ । ସେ ତାଙ୍କ ନାଁରେ ୧୯ତମ ଗ୍ରାଣ୍ଡ ସ୍ଲାମ କରିଛନ୍ତି । ଏଥି ସହିତ ରାଫେଲ ଦାଦାଲ ଓ ରୋଜର ଫେଡରରଙ୍କ ନିକଟତର ହୋଇଛନ୍ତି । ଜୋକୋଭିକ ଓପନରେ ୨ ଥର କ୍ୟାରିୟର ଗ୍ରାଣ୍ଡ ସ୍ଲାମ ପୂରା କରିବାରେ ପ୍ରଥମ ବ୍ୟକ୍ତି ହୋଇପାରିଛନ୍ତି ।’
All of the emotions in Paris @DjokerNole | #RolandGarros pic.twitter.com/E6V8LoU0mc
— US Open Tennis (@usopen) June 13, 2021
ପଂଚମ ୱରୀୟ ସିତସିପାସ ପ୍ରଥମ ୨ଟି ସେଟରେ ୭-୬, ୬-୨ରେ ଜିତି ଭଲ ଆରମ୍ଭ କରିଥିଲେ । କିନ୍ତୁ ଜୋକୋଭିକ ପରବର୍ତ୍ତୀ ସମୟରେ ୬-୩,୬-୨ରେ ବିଜୟୀ ହୋଇଥିଲେ । ନିର୍ଣ୍ଣାୟକ ସେଟରେ ଜୋକୋଭିକ ୩ୟ ଗେମରେ ସିତସିତପାସଙ୍କ ସର୍ଭିସ ଅତିକ୍ରମ କରି ଆଗକୁ ବଢ଼ିଥିଲେ । ଜୋକୋଭିକଙ୍କ ପାଖଷର ୫ମ ଗେମରେ ମଧ୍ୟ ୟୁନାନ ଖେଳାଳିଙ୍କ ସର୍ଭିସ ଅତିକ୍ରମ କରିବାରେ ସୁଯୋଗ ଥିଲା । କିନ୍ତୁ ସେ ଏହା କରିପାରି ନଥିଲେ । ସର୍ବିଆର ଖେଳାଳି ଏହା ପରେ ୧୦ମ ଗେମରେ ନିଜର ସର୍ଭିସ ଜାରି ରଖି ବିଜୟ ହାସଲ କରିଥିଲେ । ଜୋକୋଭିକ ଏବେ ରୋଜର ଫେଡରର ଓ ରାଫେଲ ନାଦାଲଙ୍କ ରେକର୍ଡ ୨୦ ଗ୍ରାଣ୍ଡ ସ୍ଲାମ ଟାଇଟଲ ସମାନ ସ୍ତରକୁ ଆସିବା ପାଇଁ ଗୋଟିଏ ପାଦ ପଛରେ ।