ଝାରସୁଗୁଡା ପୋଲିସ ପଡିଆରେ ଫୁଟବଲ ମ୍ୟାଚ
ଝାରସୁଗୁଡା : ଆଜି ଅପରାହ୍ନ ୩-୩୦ ରେ ଏକ ଫୁଟବଲ ମ୍ୟାଚ ବରମାଲଏକାଦଶ (ତାଲପଟିଆ) ଏବଂ ଜିଲ୍ଳା ପୋଲିସ ଦଳ ମଧ୍ୟରେ ରିଜର୍ଭ ପୋଲିସ ପଡିଆ ରେ ଅନୁଷ୍ଠିତ ହୋଇ ଥିଲା । ଗ୍ରାମ୍ୟ ଅଚଂଳ ରେ ଯୁବକ ମାନଙ୍କୁ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ପୋଲିସ ପ୍ରତି ରହି ଥିବା ବିମୁଖ ମନଭାବ ପରିବର୍ତ୍ତନ କରିବା ସହିତ ଜନ ସାଧାରଣ ଙ୍କ ଆସ୍ଥାଭାଜନ ହେବା ଉଦ୍ଧେଶ୍ୟ ରେ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା ଏହି ଫୁଟବଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡା ଏସ୍.ପି ବିକାଶ କୁମାର ଦାସ ଅନ୍ୟ ସମ୍ମାନୀୟ ଅତିଥି ଭାବରେ ଝାରସୁଗୁଡା କ୍ରୀଡା ସଂସ୍ଥାର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ବେହେରା, ଉପ-ସଭାପତି ଜୀବନ ମହାନ୍ତି,ସହସଂପାଦକ ପ୍ରଜ୍ଜଲ କୁମାର ପଟେଲ,ଝାରସୁଗୁଡା ଏସ୍ .ଡି.ପିଓ. ନିର୍ମଲ କୁମାର ମହାପାତ୍ର, ନିଳମାଧବ ସ୍ୱାଇଁ ଯୋଗ ଦେଇ ଖେଳାଳି ମାନଙ୍କ ସହିତ ପରିଚିତ ହୋଇ ଥିଲେ । ଶେଷ ରେ ଜିଲ୍ଳା ପୋଲିସ ଦଳ୨-୧ ଗୋଲରେ ବିଜୟୀ ହୋଇ ଥିଲା । ଏହି ଖେଳ କୁ ଶିତଳ ଗୁଡୁମ, ଅମିରା ପ୍ରଧାନ, ସୁରଜ ପ୍ରଧାନ ପରିଚାଳନା କରି ଥିଲେ ।