ଶରୀର ପାଇଁ ଖାଦ୍ୟ ସତର୍କତା
ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଆମ ମଣିଷ ସମାଜକୁ ଏପରି ବବ୍ୟତିବ୍ୟସ୍ତ କରି ଦେଇଛି ଯେ, କେତେବେଳେ କେଉଁ ମୁହୂର୍ତ୍ତରେ କାହାର ଜୀବନଦୀପ ଲିଭିଯିବ କହି ହେବନି । ତେଣୁ ଏହି ଭୟଭିତ ଜୀବନ ଜୀଇଁବା ପାଇଁ ଆମ ସମସ୍ତଙ୍କ ଅଣ୍ଟା ଭିଡ଼ିବାକୁ ହେବ । ଶୃଙ୍ଖଳିତ ଏବଂ ନିରାଡମ୍ବର ଜୀବନ ଜୀଇଁବାକୁ ହେଲେ ଖାଦ୍ୟର ସତର୍କତା ଉପରେ ଦୃଷ୍ଟି ଦେବାକୁ ହେବ । ରୋଗ ସହ ସଂଗ୍ରାମ ପାଇଁ ଖାଦ୍ୟ ଓ ପାନୀୟ ଆ ଶରୀର ପାଇଁ ପ୍ରମୁଖ ଭୂମିକା ନିଭାଇଥାଏ ।
ଭିଟାମିନ୍ ସି’ଯୁକ୍ତ ଫଳମୂଳ ଖାଇବା ସହ ଲେମ୍ବୁପାଣି ମଧ୍ୟ ପିଇ ପାରିବେ । ପ୍ରତ୍ୟେକ ବ୍ୟଞ୍ଜନରେ ଜୀରା ସହ ରସୁଣ ଏବଂ ଭୃସଙ୍ଗପତ୍ର ଛୁଙ୍କ ଦିଅନ୍ତୁ ।
ଖାଦ୍ୟରେ କଂଚା ସାଲାଡ଼ ଅର୍ଥାତ୍ କାକୁଡ଼ି, ବିଲାତି ବାଇଗଣ, ଦହି ମିଶ୍ରଣ ଯୁକ୍ତ ସାଲାଡ଼ ପ୍ରସ୍ତୁତ କରି ଖାଇବେ ।
ସୋରିଷ ତେଲ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ସପରିବାର ଏକାଠି ଖାଇବା ପରିବାର ଓ ଶରୀର ପାଇଁ ଭଲ । ସକାଳ ଜଳଖିଆରେ ପରିବା ମିଶା ଉପମା, ଇଡ଼ଲି, ଚୁଡ଼ା ଉପମା ଇତ୍ୟାଦି ଖାଇ ପାରିବେ । ପଇଡ଼ପାଣି, ନଦିଆପାଣି ମଧ୍ୟ ଶରୀରର ରୋଗପ୍ରତିରୋଧ ଶକ୍ତି ବଢ଼ାଇଥାଏ ।
ମଧୁମେହ ରୋଗଗୀ, ହୃଦରୋଗୀ, ରକ୍ତଚାପରୋଗୀ ଡାକ୍ତରଙ୍କ ପରାମର୍ଶ ଅନନୁଯାଇ ଖାଦ୍ୟ ଖାଇଲେ ନିଶ୍ଚିତ ଭାବେ ଉପକୃତ ହୋଇ ପାରିବେ ।