ହାଇକୋର୍ଟରେ ବିଦ୍ୟୁତ୍ ଦର ବୃଦ୍ଧି ମାମଲା
ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି ମାମଲା ହାଇକୋର୍ଟରେ ପହଂଚିଛି । ବର୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି । ଦାଖଲ ହୋଇଥିବା ପିଟିସନରେ ଶକ୍ତି ବିଭାଗର ସଚିବଙ୍କ ସହ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ୍ ଉତ୍ପାଦନ ବେଶ ଭଲଥିବା ବେଳେ ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯିବାର କୌଣସି ଯଥାର୍ଥତା ନାହିଁ । ତେଣୁ ବର୍ତମାନ ବିଦ୍ୟୁତ୍ ବିଲ୍ ବୃଦ୍ଧି ନ କରିବାକୁ ଆବେଦନକାରୀ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ, ଏପ୍ରିଲ ୪ ତାରିଖଠାରୁ ୟୁନିଟ୍ ପିଛା ୩୦ ପଇସା ବିଦ୍ୟୁତ୍ ବିଲ୍ ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ନିଷ୍ପତି ନେଇଥିଲେ ।