ପ୍ରତିଦିନ ସକାଳେ ଖାଆନ୍ତୁ ଗଜା ବୁଟ, ଜାଣନ୍ତୁ ଏହାଦ୍ୱାରା କଣ ସବୁ ଫାଇଦା ମିଳିଥାଏ
![](https://thetruths.in/wp-content/uploads/2022/09/Sprouted-Gram.jpg)
୧. ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।
୨. ଲୁଣ ନ ମିଶାଇ ଗଜା ବୁଟ ଚୋବାଇ ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ ।
୩. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।
୪. ପ୍ରତିଦିନ ସକାଳେ ଗଜା ବୁଟ ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍ ଥାଏ ।
୫. ଗଜା ବୁଟ ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।
୬. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ, ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।
୭. ଯଦି ରକ୍ତଚାପ ଥାଏ । ତେବେ ଗଜା ବୁଟ ଖାଇବା ଉଚିତ । କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।
୮. ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ । ତେବେ ଗଜା ବୁଟ ଖାଇବା ଦ୍ୱାରା ସେହି ସମସ୍ୟା ରହିବ ନାହିଁ । ଏହା ପାଇଲ୍ସ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।