ଖାଲି ପେଟରେ ଖାଆନ୍ତୁ ଅଁଳା, ମିଳିବ ଅନେକ ଫାଇଦା
![](https://thetruths.in/wp-content/uploads/2023/01/Amla.jpg)
କୁହାଯାଏ ସ୍ୱାସ୍ଥ୍ୟ ଭଲ ଥିଲେ ସୁବକାମ କାମ କରିବାକୁ ଆଗ୍ରହ ଲାଗେ । ଯଦି ସ୍ୱାସ୍ଥ୍ୟ ବିଗିଡ଼ି ଯାଏ ତେବେ ମନୁଷ୍ୟ କୌଣସିବି କଠିନ କାମ କରିବାକୁ ସମର୍ଥ ହୋଇପାରେ ନାହିଁ । ସ୍ୱାସ୍ଥ୍ୟ ହେଉଛି ମଣିଷ ପାଇଁ ସବୁଠାରୁ ବଡ ଧନ । ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ଭିଟାମିନ୍-ସି ଆବଶ୍ୟକ । ଏଭଳି ପରିସ୍ଥିତିରେ ଭିଟାମିନ୍ ସିରେ ଭରପୂର ଅଁଳା କେବଳ ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ ହୋଇ ନଥାଏ, ବରଂ ଏହାର ଅନ୍ୟାନ୍ୟ ଅନେକ ଲାଭକାରୀ ଗୁଣ ଅଛି ।
ଆୟୁର୍ବେଦରେ ଅଁଳାକୁ ପୋଷକ ତତ୍ତ୍ୱର ଗନ୍ତାଘର ବୋଲି କୁହାଯାଏ । ବର୍ଷ ବର୍ଷ ଧରି ଅଅଁଳାକୁ ଆଚାର, ଜୁସ୍ ଏବଂ ଚମନ୍ପ୍ରାସ ପରି ଅନେକ ରୂପରେ ସେବନ କରାଯାଏ । ଅଧ୍ୟୟନରୁ ଜଣାପଡିଛିଯେ, ଯେଉଁମାନେ ପ୍ରତିଦିନ ଅଁଳା ଖାଆନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରୁହେ । ସେମାନଙ୍କ ପାଖରେ କୌଣସି ରୋଗ ଦେଖାଯାଏ ନାହିଁ । ବିଶେଷକରି ଖାଲି ପେଟରେ ସକାଳେ ଅଁଳାକୁ ଖାଇବା ସବୁଠାରୁ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ ।
ଅଁଳାକୁ କଞ୍ଚା କିମ୍ବା ରସ ଆକାରରେ ସେବନ କରିବା ବିଶେଷ ଲାଭଦାୟକ ବୋଲି ବିଶ୍ୱାସ କରାଯାଏ । ଏହାସହ ବାତ, ପିତ୍ତ ଏବଂ କଫକୁ ପରିଚାଳିତ କରିବା ସହ ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥକୁ ରୋକିବାରେ ଏହା ଯଥେଷ୍ଟ ପ୍ରଭାବଶାଳୀ ହୋଇଥାଏ । ତେବେ ଆସନ୍ତୁ ଜାଣବା ଖାଲି ପେଟରେ ଅଁଳା ସେବନ କରିବା ଦ୍ୱାରା କ’ଣ କ’ଣ ଲାଭ ମିଳିଥାଏ ।
୧- ତାଜା ଅଁଳା ଖାଇବା ଦ୍ୱାରା ଇନସୁଲିନ ସମ୍ବେଦନଶୀଳତାକୁ ବଢାଇଥାଏ ଯାହାଦ୍ୱାରା ଡାଇବେଟିଜ୍ ହେବାର ଆଶଙ୍କା କମିଯାଏ । ଏହା ବ୍ୟତୀତ ଏଥିରେ ଥିବା ପଲିଫେନୋଲ୍ସ ଗୁଡିକ ଶରୀରକୁ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଏବଂ କ୍ରୋନିକ୍ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ମଧୁମେହ ରୋଗୀଙ୍କ ପାଇଁ ଅଁଳା ଖାଇବା ବିଶେଷ ଲାଭଦାୟକ ହୋଇଥାଏ । ଅଅଁଳାରେ ଅଧିକ ପରିମାଣର କ୍ରୋମିୟମ୍ ଥାଏ ଯାହାକି ରକ୍ତରେ ଶର୍କରା ସ୍ତରରେ ଅନିୟମିତ ସ୍ପାଇକ୍ ରୋକିବାରେ ସାହାଯ୍ୟ କରିଥାଏ ।
୨-ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ଅଁଳା ବହୁ ଲାଭଦାୟକ ହୋଇଥାଏ । ଏହା ପଲିଫେନୋଲ୍ସ ଏବଂ ଭିଟାମିନ୍-ସି ର ଏକ ସମୃଦ୍ଧ ଉତ୍ସ ଅଟେ । ଯାହା ହଜମ କ୍ରିୟା ଠିକ୍ ରଖିବା ସହ ପ୍ରତିରକ୍ଷା ପ୍ରଣାଳୀକୁ ଦୃଢ କରିବାରେ ସାହାଯ୍ୟ କରିଥାଏ ।
୩-ଏହାସହ ଶରୀରକୁ ଭୂତାଣୁ ଏବଂ ଜୀବାଣୁ ଦ୍ୱାରା ହେଉଥିବା ସଂକ୍ରମଣରୁ ରକ୍ଷା କରିବାରେ ଅଁଳା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଶରୀରରେ ଥିବା ଟିସୁକୁ ଜୀବନ୍ତ ରଖିବା ସହ ଉତ୍ତମ ମେଟାବୋଲିଜିମ୍ ବଜାୟ ରଖିଥାଏ ।
୪-ଅଧ୍ୟୟନରୁ ଜଣାପଡିଛି ଯେ ଯଦି ରକ୍ତ ପରିଷ୍କାର ରୁହେ ,ତେବେ ଏହା ଅନେକ ରୋଗର ଆଶଙ୍କା ହ୍ରାସ କରିଥାଏ । ଏଥିପାଇଁ ଅଁଳା ଖାଇବା ଲାଭଦାୟକ ଅଟେ । ରକ୍ତରେ ବିଷାକ୍ତ ପଦାର୍ଥ ବୃଦ୍ଧି ହେଲେ ଶରୀରରେ ଶକ୍ତି ସ୍ତର ହ୍ରାସ ହୋଇଥାଏ ଏବଂ ଚର୍ମ ଓ କେଶର ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ।
୫-ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବା ଏବଂ ଯକୃତର କାର୍ଯ୍ୟକୁ ସଠିକ୍ ରଖିବାରେ ଏହା ମଧ୍ୟ ସହାୟକ ହୋଇଥାଏ । ଅଧ୍ୟୟନ ଅନୁଯାୟୀ, ଅଁଳା ଖାଇବା ଦ୍ୱାରା ଶରୀରରେ ବିଷାକ୍ତ ସ୍ତର କମିଯାଏ ଏବଂ ହୃଦୟର ସ୍ୱାସ୍ଥ୍ୟ ବୃଦ୍ଧି ହୋଇଥାଏ ।