ଭୂକମ୍ପରେ ଥରିଲା ଚୀନ
ବେଜିଂ : ଭୂକମ୍ପରେ ଥରିଲା ଚୀନ। ଚୀନରେ ଏକ ବଡଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ଉତ୍ପତ୍ତିସ୍ଥଳ ଜିନିଙ୍ଗ ସହରର ଦକ୍ଷିଣ ପଶ୍ଚିମକୁ ୪୦୦ କିଲୋମିଟର ଦୂରରେ ଏବଂ ଭୂଗର୍ଭର ୧୦ କିଲୋମିଟର ଅଭ୍ୟନ୍ତରରେ ଅବସ୍ଥିତ ଥିବା ଆମେରିକୀୟ ଭୂକମ୍ପ ବିଜ୍ଞାନୀମାନେ କହିଛନ୍ତି। ଦେଶର କ୍ୱିଙ୍ଗହାଇ ପ୍ରଦେଶରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ପରେ ଚୀନର ଦକ୍ଷିଣ ପଶ୍ଚିମ ଭାଗରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।
ଶୁକ୍ରବାର ବିଳମ୍ୱିତ ରାତି ପ୍ରାୟ ୨ଟା୪ ମିନିଟରେ ଚାଇନାର କିନଘାଇରେ ୭.୧ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାପୂର୍ବରୁ ଚୀନ୍ର ଡାଲି ସହରର ୨୮ କିଲୋମିଟର ଉତ୍ତର-ପୂର୍ବରେ ଶୁକ୍ରବାର ସନ୍ଧ୍ୟାରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ୬.୧ଥିଲା । ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏହି ସୂଚନା ଦେଇଛି । କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଖବର ନାହିଁ । ଏଥିସହ ଚାଇନାର ଭୂକମ୍ପ ନେଟୱାର୍କ କେନ୍ଦ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ୱାଇବୋରେ ଏକ ପୋଷ୍ଟ କରି ଲୋକଙ୍କୁ ସମସ୍ତ ଅଟ୍ଟାଳିକାରୁ ବାହାରକୁ ଆସିବାକୁ ଚେତାବନୀ ଦେଇଛନ୍ତି । ଦୁଇ ଦିନ ପୂର୍ବରୁ ପଡୋଶୀ ଦେଶ ନେପାଳରେ ମଧ୍ୟ ଏକ ଭୟଙ୍କର ଭୂକମ୍ପ ହୋଇଥିଲା । ରାତି ପ୍ରାୟ ୧୧ଟାରେ କମ୍ପନ ଅନୁଭୂତ ହୋଇଥିଲା, ଏହାର ତୀବ୍ରତା ୪.୪ ଥିଲା ।