ଉତ୍ତରାଖଣ୍ଡର ହଲଦାନୀ ଓ ଋଷିକେଶରେ ୨ଟି କୋଭିଡ କେୟାର ହସ୍ପିଟାଲ ନିର୍ମାଣ କରୁଛି ଡିଆରଡିଓ
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବଢୁଥିବାବେଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଛି ଭଲ ଖବର । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) କରୋନା ପାଇଁ ଲଗାତାର ଗୋଟିଏ ପରେ ଗୋଟିଏ ଉଦ୍ୟମ ଜାରି ରଖିଛି । କରୋନା ପାଇଁ ସ୍ୱଦେଶୀ ଔଷଧ ବାହାର କରିବା ପରେ ଉତ୍ତରାଖଣ୍ଡର ହଲଦାନୀ ଓ ଋଷିକେଶରେ ୨ଟି କୋଭିଡ କେୟାର ହସ୍ପିଟାଲ ନିର୍ମାଣ କରିଛି ସଂସ୍ଥା ।
DRDO is building two COVID care hospitals in Haldwani and Rishikesh in #Uttarakhand. The hospital in Haldwani will have 500 beds including 375 oxygen beds & 125 ventilator beds while the one in Rishikesh will have 400 oxygen beds & 100 ventilator beds: DRDO officials pic.twitter.com/xyCMaVTHU0
— ANI (@ANI) May 9, 2021
ଡିଆରଡିଓ ପକ୍ଷରୁ ହଲଦାନୀରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି । ଏଥିରେ ୩୭୫ଟି ଅକ୍ସିଜେନ ବେଡ ଓ ୧୨୫ଟି ଭେଣ୍ଟିଲେଟର ରହବ । ସେହିଭଳି ଋଷିକେଷରେ ୪୦୦ ଅକ୍ସିଜେନ ବେଡ ପ୍ରତିଷ୍ଠା କରୁଛି । ଋଷିକେଶରେ ୧୦୦ଟି ଭେଣ୍ଟିଲେଟର ବେଡ ରହିବ ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା କରୋନା ଔଷଧ ୨-ଡିଜିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିଜିସିଆଇ) ଦ୍ୱାରା ଅନୁମତି ପ୍ରଦାନ କରିଛି । ଏହି ଔଷଧ ଆଇଏନ୍ଏମ୍ଏସ୍ ଓ ହାଇଦ୍ରାବାଦର ସିସିଏମ୍ବିର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେବ । ବର୍ତ୍ତମାନ ପରିପ୍ରେକ୍ଷୀରେ ଏହି ଔଷଧର ନାମ ଡିଅକ୍ସ-ଡି-ଗ୍ଲୁକୋଜ ରଖାଯାଇଛି ଏବଂ ଏହାର କ୍ଲିନିକାଲ ପରୀକ୍ଷା ସଫଳ ହୋଇଥିବା କଥା କୁହାଯାଉଛି ।