ଗଞ୍ଜାମରେ ଆଜିଠୁ ଆରମ୍ଭ ହେବ ଡୋର ଟୁ ଡୋର ସ୍କ୍ରିନିଂ
ଗଞ୍ଜାମ : ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। ଯାହାକି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଉ ଏହି ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ବହୁ କଟକଣା ମଧ୍ୟ ଲଗାଯାଉଛି। ମଙ୍ଗଳବାର ମା ତାରା ତାରିଣୀଙ୍କ ହେବାକୁ ଥିବା ଚୈତ ମେଳା କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। ପୂର୍ବରୁ ସ୍ଥାନୀୟ ଲୋକଙ୍କୁ ମାଙ୍କ ଦର୍ଶନ ପାଇଁ ଅନୁମତି ମିଳିଥିବା ବେଳେ ବର୍ତ୍ତମାନ କେହି ବି ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତା ଛଡା ଜିଲ୍ଲାରେ ମଙ୍ଗଳବାର ଠାରୁ ଡୋର ଟୁ ଡୋର ସ୍କ୍ରିନିଂ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ସରିଛି। ଟିମ୍ ମଧ୍ୟ ଗଠନ ହୋଇସାରିଛି। ଏହି ଟିମ୍ ସ୍ଵତନ୍ତ୍ର ଭାବେ ଲକ୍ଷଣ, ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀ ଲିଖିତ ଭାବେ ତଥ୍ୟ ରଖିବେ ଏବଂ ଟିକାକରଣ ର ମଧ୍ୟ ତଥ୍ୟ ରଖିବେ। କୁମ୍ଭ ମେଳାରୁ ଫେରୁଥିବା ଲୋକେ ନିଜ ନିଜ ଘରେ ହୋମ ଆଇସୋଲେସନରେ ରହିବେ । ଜିଲ୍ଲାର ସମସ୍ତ ଯାତ୍ରାକୁ ବନ୍ଦ ରଖାଯିବ। କୈଣସି ଯାତ୍ରାକୁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।