ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ
![](https://thetruths.in/wp-content/uploads/2021/09/Youngman-Suiside.jpg)
କଟକ: ବିଧାନସଭା ଆଗରେ ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ହେଲେ ଦୁଷ୍ମନ୍ତ ଦାସ । ସେ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଂଜ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏସ୍ସିବି)ରେ ଚିକିତ୍ସା ଅଭାବ ହେତୁ ଯୁବକ ଜଣକ ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ସୂଚନା ଯେ, ଜଗତସିଂହପୁର ଜିଲା କୁଜଙ୍ଗ ଅଂଚଳର ପଙ୍କପାଳର ଯୁବକ ଦୁଷ୍ମନ୍ତ ଦାସ ଏସସିବିରେ ଚିକିତ୍ସା ଅଭାବକୁ ନେଇ ବିରୋଧ କରିବା ସହ ନିଜ ହାତ କାଟି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ପରେ ସେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ଏହି ଘଟଣା ପରେ ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧର କରି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା ।