କୋଭିଡ୍ ପର୍ଯ୍ୟବେକ୍ଷକଙ୍କ ୧୯୨୯ କଲ୍ ସେଂଟର ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସହର ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶ୍ରମ କମିଶନର ତିରୁମଲା ନାୟକ ସୋମବାର ୧୯୨୯ କଲ୍ ସେଂଟର ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି । ସେମାନେ କଲ ୍ ସେଂଟର ଦାୟତ୍ୱରେ ଥିବା କର୍ମଚାରୀଙ୍କ ସହ ମତବିନିମୟ କରି ସେମାନଙ୍କୁ ଘରେ ପୃଥକବାସରେ ରହିଥିବା ରୋଗୀ, ଜନସାଧାରଣଙ୍କ ଅଭିଯୋଗ ସମେତ କର୍ତବ୍ୟରତ ଡାକ୍ତରମାନଙ୍କ ପରାମର୍ଶ ପାଇବା ଦିଗରେ ନିୟମିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଜନସାଧାରଣଙ୍କ ଅପେକ୍ଷା ସମୟ ହ୍ରାସ କରିବା ଉଦ୍ଦେଶ୍ୟରେ କଲ୍ ସେଂଟରର କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ନିମନ୍ତେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ । ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ ମଧ୍ୟ ଉପସ୍ଥିତ ଥିଲେ ।