ବିଧାନସଭା ପରିସରରେ ଆରମ୍ଭ ହେଲା ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟ
![](https://thetruths.in/wp-content/uploads/2021/11/Covid-Tests-for-Odisha-Assembly.jpg)
ଭୁବନେଶ୍ୱର : ସୋମବାର ଠୁ ଆରମ୍ଭ ହେବ ଶୀତକାଳୀନ ଅଧିବେଶନ । ଏନେଇ ଆଜିଠୁ ଆରମ୍ଭ ହେଲା କୋଭିଡ ଟେଷ୍ଟ । ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଯାଇଛି ।
ସଦସ୍ୟ ମାନଙ୍କ ସହ ସମସ୍ତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ହେବ କୋଭିଡ ଟେଷ୍ଟ। ବିଧାୟକ, ମନ୍ତ୍ରୀ,କର୍ମଚାରୀ ,ସାମ୍ବାଦିକ ସମସ୍ତଙ୍କ କୋଭିଡ ଟେଷ୍ଟ କରାଯିବ। ଆରଟିପିସିଆର ଟେଷ୍ଟ ସହ ଆଣ୍ଟିବଡି ଟେଷ୍ଟ ମଧ୍ୟ କରାଯାଉଛି।