କୋଭିଡ୍ କଲ୍ ସେଂଟରଗୁଡ଼ିକୁ ୨୪ ଘଂଟିଆ ସମ୍ପୂର୍ଣ୍ଣ ସକ୍ରିୟ ଏବଂ ପ୍ରତିକ୍ରିୟାଶୀଳ ରଖିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଜିଲ୍ଲାପାଳମାନେ ସେମାନଙ୍କର କୋଭିଡ୍ କଲ୍ ସେଂଟରଗୁଡ଼ିକୁ ୨୪ ଘଂଟିଆ ସମ୍ପୂର୍ଣ୍ଣ ସକ୍ରିୟ ଏବଂ ପ୍ରତିକ୍ରିୟାଶୀଳ ରଖିବା ସହ ଅତି କମ୍ ସମୟ ମଧ୍ୟରେ ରୋଗୀମାନଙ୍କ ପାଖରେ ପହଂଚିବା ଏବଂ ଘରେ ଥିବା ଆଇସୋଲେସନ୍ ମାମଲାଗୁଡ଼ିକ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଶୁକ୍ରବାର ଦିନ ରାଜ୍ୟରେ କୋଭିଡ୍ ପରିସ୍ଥିତି ଉପରେ ସମୀକ୍ଷା କରିବା ଅବସରରେ ମୁଖ୍ୟ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରୋଗୀ ଯେତେବେଳେ ଆବଶ୍ୟକ କରନ୍ତି କିମ୍ବା ଗୁରୁତର ରୋଗୀଙ୍କୁ ଡାକ୍ତରଖାନା ଅଣାଯିବା ଉଚିତ୍ । ଗୁରୁତର ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦେବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା ସେମାନେ ଡାକ୍ତରଖାନାରେ ଭିଡ ଜମାଇବେ ନାହିଁ । ସମସ୍ତ ଜିଲ୍ଲା ଅମ୍ଳଜାନ ସୁବିଧା ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଉଚିତ୍ । ସମସ୍ତ କୋଭିଡ ଡାକ୍ତରଖାନାରେ ଅଗ୍ନି ନିର୍ବାପକ ଦଳ ନିୟୋଜିତ କରିବାକୁ ଏସପି ଏବଂ କଲେକ୍ଟରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।