ବାଲେଶ୍ୱରରେ ଗଡ଼ିଲା କରୋନା ସଚେତନତା ରଥ
![](https://thetruths.in/wp-content/uploads/2021/06/Corona-Awarness-1024x425.jpg)
ବାଲେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ୟୁନିସେଫ ରାଜ୍ୟ ଶାଖାର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ସଚେତନତା ରଥ ମଙ୍ଗଳବାରଠାରୁ ବାଲେଶ୍ୱର ଜିଲାରେ ପରିକ୍ରମା ଆରମ୍ଭ କରିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଏହି ରଥକୁ ଉଦଘାଟନ କରିଥିଲେ । କରୋନା ମାର୍ଗଦର୍ଶିକା ପାଳନ ନେଇ ଜନସାଧାରଣଙ୍କୁ ସଚେତନ କରାଯିବା ଆଭିମୁଖ୍ୟରେ ପ୍ରସ୍ତୁତ ଏହି ରଥ ଜିଲାର ସମସ୍ତ ବ୍ଲକରେ ବୁଲିବା ପାଇଁ କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଥିଲେ ।
କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ନିୟମିତ ୪୦ସେକେଣ୍ଡ ସାବୁନରେ ହାତ ଧୋଇବା, ୨ଗଜ ବ୍ୟବଧାନ ମାନିବା, ନାକ ଓ ପାଟି ଘୋଡେଇ ମାସ୍କ ପିନ୍ଧିବା, ଲକ ଡାଉନ, ସଟ ଡାଉନକୁ ମାନିବା, ନିଜର ପାଳି ଆସିଲେ ଟିକା ନେବାକୁ ଭୁଲିବା ନାହିଁ, କରୋନାର ଲକ୍ଷଣ ଦେଖାଦେଲେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆଦି ପାଳନୀୟ କୋଭିଡ୍-୧୯ ନିୟମାବଳୀ ସବୁକୁ ଏହି ରଥ ଜରିଆରେ ଜନସାଧାରଣଙ୍କ ପାଇଁ ବାର୍ତା ଉଦ୍ଦେଶ୍ୟରେ ସୂଚିତ କରାଯାଇଛି ବୋଲି ସେଠାରେ ଉପସ୍ଥିତ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଏବଂ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ପ୍ରକାଶ କରିଥିଲେ । ମହାମାରୀ କରୋନା ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ହେଉଛି ସବୁଠୁ ବଡ ଅସ୍ତ୍ର । । ଦୃଶ୍ୟ ଓ ଶ୍ରାବ୍ୟ ବ୍ୟବସ୍ଥା ଜରିଆରେ ମଧ୍ୟ ଉକ୍ତ ସଚେତନତାମୂଳକ ବାର୍ତା ପ୍ରଦାନ ଲାଗି ଏହି ରଥରେ ବ୍ୟବସ୍ଥା ରଖାଯାଇଥିବା ସେମାନେ ଦୂଚନା ଦେଇଛନ୍ତି ।