ଆଜି ଜୟପୁର ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର!

ଭୁବନେଶ୍ୱର : ଆଜି ଜୟପୁର ଗସ୍ତରେ ଆସୁଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର। ମୁଖ୍ୟ ଶାସନ ସଚିବ ଜୟପୁରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହ ସ୍ବାସ୍ଥ୍ୟ ସଚିବ ମଧ୍ୟ ରହିବେ ବୋଲି ସୂଚନା ମିଳିଛି ।
ତେବେ ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଣ୍ଟର ବୁଲି ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପୂର୍ବରୁ ଏସବୁ ଡାକ୍ତରଖାନା ବୁଲି ସ୍ଥିତି ସମୀକ୍ଷା କରିଛି କୋରାପୁଟ ଜିଲ୍ଲା ପ୍ରଶାସନ।