ମାସେ ପାଇଁ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଭୀମଟାଙ୍ଗି ଅଂଚଳରେ ଥିବା ଭଡ଼ା ଘର ଭିତରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିବା ବେଳେ ସେଠାରୁ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଲେ ପ୍ରିୟଙ୍କା ସାହୁ । ସେହପରି ଗୁରୁତର ଯୁବକ ଜଣକ ହେଲେ ଜଗନ୍ନାଥ ପ୍ରଧାନ । ଘଟଣା ସଂପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇ କହିଛନ୍ତି ଯେ ହତ୍ୟାକାଣ୍ଡ ଘଟିଥିବା ଘର ଭିତରୁ ହାତଲେଖା ଚିଠି ମିଳିଛି । ଗୁରୁତର ଯୁବକ ଜଗନ୍ନାଥ ପ୍ରଧାନ ହିଁ ଉକ୍ତ ଚିଠି ଲେଖିଥିଲେ । ସୋମବାର ସକାଳେ ପ୍ରିୟଙ୍କାଙ୍କ ସ୍ୱାମୀ ରାକେଶ ସାହୁ ଏକ କଲ୍ ପାଇଲେ । ଏହାସହ ଏକ ଫଟୋରେ ତାଙ୍କ ସ୍ତ୍ରୀ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ରାକେଶ । ଘଟଣା କଣ ବୁଝିବାକୁ ଘର ମାଲିକଙ୍କ ଫୋନ୍ କରିଥିଲେ ରାକେଶ । ଘର ମାଲିକ ପ୍ରିୟଙ୍କା, ଆଉ ଜଣେ ଯୁବକ ଘର ଭିତରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଖବର ପାଇ ରାକେଶ ଓ ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ । ସଂପୃକ୍ତ ଯୁବକ ଜଗନ୍ନାଥ ପ୍ରଧାନକୁ ଉଦ୍ଧାର କରାଯିବା ପରେ ତାର ପ୍ରାଥମିକ ବୟାନ ରେକର୍ଡ ହୋଇଛି । ଉଭୟ ପ୍ରିୟଙ୍କା ଓ ଜଗନ୍ନାଥ ଯାଜପୁର ଅଂଚଳର । ପରସ୍ପରକୁ ସେମାନେ ପୂର୍ବରୁ ଜାଣନ୍ତି । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ହୋଇଥିବା କହିଛନ୍ତି ଡିସିପି । ପ୍ରତିହିଂସା ପରାୟଣ ହୋଇ ଜଗନ୍ନାଥ ହତ୍ୟା କରିବାକୁ ମନସ୍ଥ କରିଥିଲା । ପ୍ରିୟଙ୍କା ଓ ତାଙ୍କ ପୁଅକୁ ମାରି ନିଜେ ଆତ୍ମହତ୍ୟା ଯୋଜନା କରିଥିଲା । ହେଲେ ସୌଭାଗ୍ୟବସତଃ ଘଟଣା ସମୟରେ ପୁଅଟି ଘରେ ଉପସ୍ଥିତ ନଥିଲା ବୋଲି ବର୍ତିଯାଇଛି । ହତ୍ୟା କରିବା ସମୟରେ ପ୍ରିୟଙ୍କାଙ୍କ ସ୍ୱାମୀଙ୍କୁ ଭିଡିଓ କଲ୍ କରିଥିଲା ଜଗନ୍ନାଥ । ଭିଡିଓ କଲ୍ ରିସିଭ୍ ନକରିବାରୁ ଜଗନ୍ନାଥ ଫଟୋ ପଠାଇଥିବା ଡିସିପି କହିଛନ୍ତି ।
ସୂଚନା ଅନୁଯାୟୀ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗିର ଫେଜ୍-୧ ଅଂଚଳରେ ଗତ ୩ ବର୍ଷ ଧରି ପ୍ରିୟଙ୍କା ଓ ତାଙ୍କ ସ୍ୱାମୀ ରାକେଶ ଓ ୪ ବର୍ଷର ପୁଅ ସହ ଭଡାରେ ରହୁଥିଲେ । ତାଙ୍କ ସ୍ୱାମୀ ଭୁବନେଶ୍ୱରରେ କୌଣସି ପ୍ରାଇଭେଟ୍ ସଂସ୍ଥାରେ କାମ କରନ୍ତି । ସୋମବାର ଘଟଣାସମ୍ପର୍କରେ ପୋଲିସ୍ ଖବର ପାଇ ପହଂଚିବା ପରେ ଘର ଭିତରେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ବେଳେ ସେଠାରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଥିବାର ଦେଖିବାକୁ ପାଇଥିଲା । ମୃତ ପ୍ରିୟଙ୍କାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା ବେଳେ ଗୁରୁତର ଜଗନ୍ନାଥଙ୍କ ଦେହରେ ମଧ୍ୟ କ୍ଷତ ଚିହ୍ନ ରହିଛି ଓ ସେ ବିଷ ପିଇ ଥିବା ଜଣାପଡିଥିଲା । ଭଗୁରୁତର ଭାବେ ଉଦ୍ଧାର ଉକ୍ତ ବ୍ୟକ୍ତିଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତି କରାଯାଇ ଥିଲା । ତାଙ୍କ ଅବସ୍ଥା ସୁଧୁରିବା ପରେ ପୋଲିସ୍ ତାଙ୍କୁ ପଚରାଉଚରା କରିଥିଲା ।