କଂଗ୍ରେସ ସାଂସଦ ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ
![](https://thetruths.in/wp-content/uploads/2021/06/Saptagiri-Ulaka.jpg)
ଭୁବନେଶ୍ୱର : କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଛତିଶଗଡ଼ ଦାୟିତ୍ୱ ଦେଇଛି କଂଗ୍ରେସ । ସପ୍ତଗିରିଙ୍କୁ ଛତିଶଗଡ଼ ଇନଚାର୍ଜ ଭାବେ ନିଯୁକ୍ତି ଦିଆଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସରକାରଙ୍କ ବୈଦେଶିକ, ଅର୍ଥନୀତି ଏବଂ ସୁରକ୍ଷା ନୀତିର ସମୀକ୍ଷା ପାଇଁ ଗତ ବର୍ଷ ସୋନିଆ ଗାନ୍ଧି ୩ଟି କମିଟି ଗଠନ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ୩ଟି ଯାକ କମିଟିର ଅଧ୍ୟକ୍ଷ ରହିଥିଲେ । ଅର୍ଥନୈତିକ ପ୍ରସଙ୍ଗରେ ଗଠିତ କମିଟିରେ ପି. ଚିଦାମ୍ବରମ, ମଲ୍ଲିକାର୍ଜୁନ ଖଡ଼୍ଗେ ଓ ଦିଗ୍ବିଜୟ ସିଂହ ସଦସ୍ୟ ରହିଥିବାବେଳେ ଜୟରାମ ରମେଶ ଆବାହକ ଥିଲେ । ସେହିଭଳି ବୈଦେଶିକ ବ୍ୟାପାର କମିଟିରେ ଆନନ୍ଦ ଶର୍ମା, ଶଶୀ ଥରୁର୍ ଓ କୋରାପୁଟର ସାଂସଦ ସପ୍ତଗିରି ଉଲାକା ସ୍ଥାନ ପାଇଥିଲେ ।