ଭାରତୀୟଙ୍କ ପ୍ରତି ବିବାଦୀୟ ଟିପ୍ପଣୀ : ସସପେଣ୍ଡ୍ ହୋଇପାରନ୍ତି ଅଧିନାୟକ ମେର୍ଗାନ ଓ ବଟଲର

ଲଣ୍ଡନ ୦୯।୦୬: ଭାରତୀୟଙ୍କ ଥଟ୍ଟା ପରିହାସ କରିବା ଏବଂ ବର୍ଣ୍ଣ ବୈଷ୍ଣମ ଟିପ୍ପଣୀ ପାଇଁ ଇଂଲଣ୍ଡ ଆଣ୍ଡ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ନିଜ ଜାତୀୟ ଦଳର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଜୋସ୍ ବଟଲରଙ୍କ ଭୂମିକା ନେଇ ଯାଞ୍ଚ କରୁଛି। ଇସିବି ପ୍ରାସଙ୍ଗିକ ଏବଂ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ପ୍ରତିଶ୍ରୁତି ଦେଇ କହିଛି ଯେ, ପ୍ରତ୍ୟେକ ମାମଲାରେ ବ୍ୟକ୍ତିଗତ ଆଧାରରେ ବିଚାର କରାଯିବ। ବଟଲର ଓ ମୋର୍ଗାନ ନିଜର ପୋଷ୍ଟରେ ଭାରତୀୟଙ୍କ ପରିହାସ ପାଇଁ ସାର ଶବ୍ଦ ପ୍ରୟୋଗ କରିଥିଲେ। ଏହା ପୂର୍ବରୁ ଓଲି ରବିନସନ ୨୦୧୨-୧୩ରେ ଆପତ୍ତିଜନକ ଟ୍ଵିଟ୍ ପାଇଁ ନିଲମ୍ବିତ ହୋଇସାରିଛନ୍ତି। ଏବେ ବଟଲର ଏବଂ ମୋର୍ଗାନଙ୍କ ଟ୍ଵିଟ୍ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଟେଲିଗ୍ରାଫର ଖବର ଅନୁଯାୟୀ, ବଟଲରଙ୍କ ସନ୍ଦେଶ(ମେସେଜ)ର ସ୍କ୍ରିନସଟ୍ ମଧ୍ୟ ସେୟାର କରାଯାଇଛି। ଏଥିରେ ବଟଲର ଲେଖିଛନ୍ତି, ମୁଁ ସାର କହି ସର୍ବଦା ଜବାବ ଦେଇ ଆସିଛି। ଇଆନ ମୋର୍ଗାନ ବଟଲରଙ୍କୁ ଟ୍ୟାଗ୍ କରି ସନ୍ଦେଶରେ ଲେଖିଛନ୍ତି, ସାର ଆପଣ ମୋର ପସନ୍ଦର ବ୍ୟାଟସମ୍ୟାନ। ଏହି ସମୟରେ ଉଭୟ ଖେଳାଳି ଭାରତୀୟଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ପ୍ରୟୋଗ କରିଥିଲେ। ବଟଲର ଇଣ୍ଡିଆନ ପ୍ରିମିୟର ଲିଗ୍ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବେଳେ ମୋର୍ଗାନ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଅଧିନାୟକ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଟ୍ଵିଟରରେ ଏମିତି ପୋଷ୍ଟ ସେହି ସମୟରେ କରାଯାଇଥିଲା, ଯେଉଁ ସମୟରେ ବଟଲର ଏବଂ ମୋର୍ଗାନ ସ୍ଥାପିତ ଖେଳାଳି ହୋଇ ସାରିଥିଲେ। ତଥାପି ସାମାଜିକ ଗଣମାଧ୍ୟମରେ ଦୁଇ ଖେଳାଳି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ମାମଲାକୁ ଉଚିତ୍ ପ୍ରକ୍ରିୟାରେ ସମାଧାନ କରାଯିବ ବୋଲି ଇସିବି କହିଛି। ଇସିବି ମୁଖପାତ୍ର କହିଛନ୍ତି, ଆମକୁ ଗତ ସପ୍ତାହରେ ଆପତ୍ତିଜନକ ଟ୍ଵିଟ୍ ପାଇଁ ସତର୍କ କରାଯାଇଥିଲା। ଏଥିପାଇଁ ଅନ୍ୟ ପୁରୁଣା ଖେଳାଳିଙ୍କ ପୂର୍ବ ପୋଷ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି।