ବିଏସ୍ଏନ୍ଏଲ୍ ରିଚାର୍ଜ ପ୍ଲାନ୍ : ଦିନକୁ ମାତ୍ର ୭ଟଙ୍କାରେ ପାଆନ୍ତୁ ୨୫୫ ଜିବି ଡାଟା, ଜାଣନ୍ତୁ କିପରି…
![](https://thetruths.in/wp-content/uploads/2023/08/BSNL.jpg)
ନୂଆଦିଲ୍ଲୀ : ଆମ ଦେଶରେ ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା (ବିଏସ୍ଏନ୍ଏଲ୍) ଗ୍ରାହକଙ୍କ ପାଇଁ ବିଭିନ୍ନ ଶସ୍ତା ରିଚାର୍ଜ ପ୍ଲାନ୍ ଉପଲବ୍ଧ କରାଇଛି । ଆପଣଙ୍କୁ ସେମଧ୍ୟରେ ଏକ ଭଲ ପ୍ଲାନ୍ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ଲାଭବାନ ହେବେ । ୮୪ ଦିନର ବୈଧ୍ୟତା ସହିତ ମାତ୍ର ୫୯୯ରେ ଆପଣଙ୍କୁ ଏକ ଭଲ ଲାଭ ମିଳିବ ।
ବିଏସ୍ଏନ୍ଏଲ୍ ୫୯୯ ରିଚାର୍ଜ ପ୍ଲାନ୍ :
ଏହି ଜବରଦସ୍ତ ରିଚାର୍ଜ ପ୍ଲାନରେ ଆପଣ ଦୈନିକ ମାତ୍ର ୭ ଟଙ୍କା ଖର୍ଚ୍ଚରେ ୨୫୫ ଜିବି ଡାଟା ପାଇପାରିବେ । ଏହି ପ୍ଲାନର ସବୁଠାରୁ ବଡ ବୈଶିଷ୍ଟ୍ୟ ହେଉଛି ଏହା ୮୪ ଦିନର ବୈଧ୍ୟତା ସହ ରହିଥାଏ ।
ବିଏସ୍ଏନ୍ଏଲ୍ ୫୯୯ ଟଙ୍କା ରିଚାର୍ଜ ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ୩ ଜିବି ଡାଟା ପ୍ରଦାନ କରାଯାଇଥାଏ । ସାମଗ୍ରିକ ଭାବରେ ଏହି ଡାଟା ପ୍ଲାନ୍ ହେଉଛି ୨୫୫ ଜିବି । ଏହା ସହିତ ଏହି ରିଚାର୍ଜ ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୧୦୦ ଏସଏମଏସ ୮୪ ଦିନର ବୈଧତା ସହ ମିଳିଥାଏ । ଏଥିସହିତ ଆପଣଙ୍କୁ ବିଏସ୍ଏନ୍ଏଲ୍ ୫୯୯ ପ୍ଲାନରେ ବହୁତ ଭଲ ସୁବିଧା ଦିଆଯାଉଛି । ଯେଉଁ ଗ୍ରାହକମାନେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଏବଂ ଦିନରାତି ଫୋନ୍ ବ୍ୟବହାର କରିବା ଆବଶ୍ୟକ କରନ୍ତି, ସେମାନଙ୍କ ପାଇଁ ଏହି ଯୋଜନା ଅତ୍ୟନ୍ତ ଲାଭଦାୟକ । ଏହି ପ୍ଲାନରେ ଆପଣଙ୍କୁ ୩ ଜିବି ଡାଟା ପ୍ରତିଦିନ ମିଳିବ । ଏହା ବିଏସ୍ଏନ୍ଏଲ୍ ର ସର୍ବୋତ୍ତମ ଅଫର ମଧ୍ୟରୁ ଗୋଟାଏ ।