ଆନ୍ଦୋଳନକୁ ଓହ୍ଲାଇଲେ ବୌଦ୍ଧ ଆଇଟିଆଇ ଛାତ୍ରଛାତ୍ରୀ
ବୌଦ୍ଧ : ବୌଦ୍ଧ ବ୍ଲକ୍ ନୁଆପାଲି ନିକଟରେ ଥିବା ସରକାରୀ ଆଇଟିଆଇରେ ଛାତ୍ର ଅସନ୍ତୋଷ । ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଆସୁଥିଲା । ତେବେ ଆଜି ଅସନ୍ତୋଷ ବଢିବାରୁ ଛାତ୍ରଛାତ୍ରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସୂଚନା ଯେ, ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି, ଗରମରୁ ରକ୍ଷା ପାଇଁ ନାହି କୁଲର ବ୍ୟବସ୍ଥା । ଏହାସହ ଅନ୍ୟାନ୍ୟ ଅବ୍ୟବସ୍ଥାର ଦୂରିକରଣ ସକାଶେ ଗତକାଲି ଅଧ୍ୟକ୍ଷଙ୍କୁ ଭେଟି ଦାବି କରିଥିଲେ । ହେଲେ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ସେମାନଙ୍କୁ ତାଛଲ୍ୟ କରି ମନ୍ତବ୍ୟ ଦେଇଥିଲ । ଫଳରେ ପିଲାମାନେ ଅପମାନ ଅନୁଭବ କରିବା ସହ ସକାଳୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଘେରାଓ କରିଛନ୍ତି । ବୌଦ୍ଧ ସହର ଠାରୁ ବଘିଆପଡା ରାସ୍ତାର ନୁଆପାଲି ଠାରେ ଥିବା ନୂତନ କୋଠାକୁ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ର ସ୍ଥାନାନ୍ତର ପରେ ଅନେକ ଅବ୍ୟବସ୍ଥା ଦେଖାଦେଇଛି । ଗମନାଗମନର ସୁବିଧା ନଥିବାରୁ ଅନେକ ଛାତ୍ରଛାତ୍ରୀ ଛାତ୍ରାବାସରେ ରହୁଛନ୍ତି । ଭିତିଭୁମି ଅଭାବରୁ ସେମାନେ ହଇରାଣ ହେଉଥିବା ମଧ୍ୟ ଅଭିଯୋଗ ହୋଇଆସୁଛି l