୪ ବର୍ଷର ପ୍ରଦର୍ଶନକୁ ନେଇ ହୋଇଛି ମୂଲ୍ୟାୟନ : ବୋର୍ଡ କର୍ତ୍ତୃପକ୍ଷ
![](https://thetruths.in/wp-content/uploads/2021/06/Board-Authorities.jpg)
- ମାଟ୍ରିକ୍ ମୂଲ୍ୟାୟନ ନେଇ ସ୍ପଷ୍ଟୀକରଣ ରଖିଲେ ବୋର୍ଡ କର୍ତ୍ତୃପକ୍ଷ
- ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ
କଟକ : ମାଟ୍ରିକ୍ ଫଳାଫଳକୁ ନେଇ ଛାତ୍ର ଅଶାନ୍ତି ଦେଖାଯିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ରେଜଲ୍ଟକୁ ନେଇ ବଢୁଥିବା ଅସନ୍ତୋଷ ଉପରେ ରଖିଛନ୍ତି ସ୍ପଷ୍ଟୀକରଣ । କରୋନା କାଳରେ ବି ୯୨ ଦିନ ଯାଏଁ ସ୍କୁଲରେ ପାଠପଢା ହୋଇଛି । ମେ’ ମାସ ୭ ତାରିଖରେ ବିଜ୍ଞପ୍ତି ଆଧାରରେ ମୂଲ୍ୟାୟନ କରାଯାଇଛି । ଅନେକ ଶିକ୍ଷାବିତ୍, ଅନ୍ୟ ରାଜ୍ୟର ପରୀକ୍ଷା ପଦ୍ଧତିକୁ ଅନୁସରଣ କରାଯାଇଥିଲା । ୩୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବିଶିଷ୍ଟ ଶିକ୍ଷାବିତମାନଙ୍କର ପରାମର୍ଶ ନେଇଥିଲା ବୋର୍ଡ । ସମସ୍ତଙ୍କ ପରାମର୍ଶ ପରେ ଏକ୍ସାମିନେସନ୍ କମିଟିର ମଞ୍ଜୁରୀ ପରେ ପଦକ୍ଷେପ ନିଆଯାଇଛି । ମଡ଼ରେସନ ପଲିସି ଅନୁସାରେ ସବୁ କିଛି ହୋଇଛି । ନବମ ଶ୍ରେଣୀର ସର୍ବାଧିକ ଏବଂ ଦଶମ ଶ୍ରେଣୀର ୩ଟି ପରୀକ୍ଷାକୁ ଆଧାର କରି ରେଜଲ୍ଟ ପ୍ରକାଶ ପାଇଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ସ୍କୁଲମାନଙ୍କର ୪ ବର୍ଷର ପରଫରମାନ୍ସକୁ ଦେଖାଯାଇଛି ।
ସ୍ୱତନ୍ତ୍ର କୋର କମିଟି ଗଠନ କରି ମୂଲ୍ୟାୟନର ତର୍ଜମା ହୋଇଛି। ୪ ବର୍ଷର ପ୍ରଦର୍ଶନକୁ ବିଚାର କରି ମୂଲ୍ୟାୟନ ହୋଇଛି । ୨୦୧୭, ୧୮,୧୯, ୨୦ ବର୍ଷର ପ୍ରଦର୍ଶନକୁ ନେଇ ମୂଲ୍ୟାୟନ ହୋଇଛି । ତେବେ, ପୂର୍ବ ଅପେକ୍ଷା ଚଳିତ ବର୍ଷ ସବୁ ଗ୍ରେଡରେ ପିଲାଙ୍କ ସଂଖ୍ୟା ବଢିଛି । ଗତବର୍ଷ ତୁଳନାରେ ଏ-୧ରେ ୨ ଗୁଣା ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଏ-୨ ରେ ୩ ଗୁଣାରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ମାର୍କ କମ୍ ଥିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ। ଅଫଲାଇନ ପରୀକ୍ଷା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜୁଲାଇ ୫ରୁ ଫର୍ମ ଫିଲଅପ୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଯେଉଁମାନେ ଅଫଲାଇନ୍ ପରୀକ୍ଷା ଦେବେ ସେହି ମାର୍କ ଫାଇନାଲ ହେବ ।