‘କଳା ଲୁଣ’ ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର
ସାଧାରଣତଃ ଆମେ ସାଲାଡ୍ର ସ୍ୱାଦ ବଢ଼ାଇବା ପାଇଁ କଳାଲୁଣ ବ୍ୟବହାର କରିଥାଉ । ହେଲେ କଳାଲୁଣ ସ୍ୱାସ୍ଥ୍ୟ ପ୍ରତି ବହୁ ହିତକର ବୋଲି ବହୁତ କମ ଲୋକ ଜାଣିଛନ୍ତି । ଏଥିରେ ଥିବା ମିନେରାଲ୍ ଶରୀର ସମ୍ପର୍କିତ ଅନେକ ସମସ୍ୟାରୁ ଆମକୁ ରକ୍ଷା କରିଥାଏ । ପ୍ରତିଦିନ ସକାଳେ ଗରମ ପାଣିରେ କଳାଲୁଣ ମିଶାଇ ପିଇବା ଦ୍ୱାରା ମେଦ, ଗଳା ସମସ୍ୟ।, ହାଡ଼ ଜନିତ ଅନେକ ରୋଗରୁ ଉପଶମ ମିଳିଥାଏ । କଳାଲୁଣ ହଜମ କ୍ରିୟାକୁ ଠିକ୍ କରିବା ସହ ଶରୀରରେ ଥିବା କୋଶିକାକୁ ନ୍ୟୁୟଟେସ୍ ଯୋଗାଇଥାଏ । ଯାହା ମେଦ ହ୍ରାସ ଘଟାଇବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ମିନେରାଲ୍ ଯୋଗୁଁ ଲୋକ ଚିନ୍ତା ମୁକ୍ତ ହେବା ସହ ଭଲ ନିଦ ହୋଇଥାଏ । ଗଳା ସମ୍ପର୍କିତ ସମସ୍ୟା ଦୂର କରିବା ସହ ଶରୀରରେ ଥିବା କ୍ଷତିକାରକ ବ୍ୟକ୍ଟେରିଆ ନଷ୍ଟ କରିଥାଏ । ଏଥିରେ ଆଇରନ୍ ଭରପୂର ହୋଇ ରହିଥିବାରୁ ଶରୀରରେ ରକ୍ତ ପରିମାଣ ବୃଦ୍ଧି କରିଥାଏ ।