ଶ୍ୱାସକ୍ରିୟା ଜରିଆରେ ଶରୀରକୁ ପ୍ରବେଶ କରେ ବ୍ଲାକ ଫଙ୍ଗସ

ଭୁବନେଶ୍ୱର : କୋଭିଡ-୧୯ ସଚେତନତା ନେଇ ରାଜ୍ୟ ସରକାରଙ୍କ ସୂଚନା । ବ୍ଲାକଫଙ୍ଗସ ନେଇ ଡାକ୍ତର ପରେଶନାଥ ମହାନ୍ତିଙ୍କ ସୂଚନା । ବାୟୁ ମଣ୍ଡଳରେ ବ୍ଲାକ ଫଙ୍ଗସର ରେଣୁ ବିଛେଇ ହୋଇ ଥାଏ । ବ୍ଲାକ ଫଙ୍ଗସ ବାୟୁ ମଣ୍ଡଳରେ ଥାଏ, ଶ୍ୱାସକ୍ରିୟା ଜରିଆରେ ଶରୀରକୁ ଯାଏ । ପୂର୍ବରୁ ରୋଗ ନଥିବା ଲୋକଙ୍କୁ ବ୍ଲାକ ଫଙ୍ଗସ କେବେ ହୁଏ ନାହିଁ ।
ସେହିପରି ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ ଫଙ୍ଗସ ହେବା ଆଶଙ୍କା ଅଧିକ । ରେଡିଓ ଥେରାପି, କେମୋ ଥେରାପି ରୋଗୀଙ୍କୁ ବ୍ୟାପିବା ଆଶଙ୍କା । ଡାଇବେଟିସ ରୋଗୀଙ୍କୁ ମଧ୍ୟ ବ୍ଲାକ ଫଙ୍ଗସ ବ୍ୟାପିବା ଆଶଙ୍କା । ବ୍ଲାକ ଫଙ୍ଗସ ଖାଦ୍ୟ ନଳୀକୁ ସଂକ୍ରମିତ କରିବା ଆଶଙ୍କା ଥାଏ ବୋଲି ଡାକ୍ତର ପରେଶନାଥ ମହାନ୍ତି କହିଛନ୍ତି । ଏହା ଆଗରୁ ଅଛି, ଇମ୍ୟୁନିଟି କମ ଥିବା ଲୋକଙ୍କୁ ଆକ୍ରାନ୍ତ କରେ । ବ୍ଲାକ ଫଙ୍ଗସ ହେଲେ ଆଖି ଫୁଲିଯାଏ, ନାକରୁ କଳା ପାଣି ବାହାରେ । ପତଳା ଝାଡ଼ା ହେବା ଓ ଚର୍ମରେ କଳା ଫୋଟକା ହେବା ଲକ୍ଷଣ । ଏମିତି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ଜରୁରୀ । ବ୍ଲାକ ଫଙ୍ଗସ ନେଇ ଡାକ୍ତର ଜୟନ୍ତ ପଣ୍ଡାଙ୍କ ସୂଚନା । ବ୍ଲାକ ଫଙ୍ଗସ ରୋଗୀଙ୍କୁ ଏମ୍ପୋଟେରିସିନ-ବି ମେଡିସିନ ଦିଆଯାଏ । ଏହି ମେଡିସିନ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣରେ ଅଛି । ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ନ ଖାଇବାକୁ ପରାମର୍ଶ ।ମାସ୍କ ଓ ଗ୍ଲୋବସ୍ ପିନ୍ଧିବାକୁ ପରାମର୍ଶ ଦେଲେ ଡାକ୍ତର ଜୟନ୍ତ ପଣ୍ଡା।