ଝାରସୁଗୁଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ୫ଟି ପଦ୍ଧତି କାର୍ଯ୍ୟକାରୀକୁ ବିରାଟ ପ୍ରଶ୍ନ?

ଝାରସୁଗୁଡ଼ା : ଟ୍ରାନ୍ସପୋର୍ଟ କମିଶନ ସଂଜିବ ପଣ୍ଡା ଙ୍କ ଚିଠି ନମ୍ବର ୧୦୪୭୦/ ଟିସି ୨୮/୦୯/ ୨୦୧୯ ଓଡିଶା ସରକାର ଆଚଂଳିକ ପରିବହନ ବିଭାଗରେ ଦୁର୍ନୀତି ମୁକ୍ତ କରିବା ପାଇଁ ମୋ ସରକାର (୫ଟି) ପଦ୍ଧତି ଲାଗୁ କରି ପଦକ୍ଷେପ ଆରମ୍ଭ କରି ଥିଲେ । ଫଳରେ ଦଲାଲ ମୁକ୍ତ କରି ଦଲାଲ ମାନଙ୍କୁ ପରିବହନ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଦିଆ ଯାଉ ନଥିଲା । ଏହା ଦ୍ୱାରା ପରିବହନ ବିଭାଗ କୁ ଆସୁ ଥିବା ଜନସାଧାରଣ ମାନେ ବିଶେଷ ଲାଭବାନ ହୋଇ ଥିଲେ । କିନ୍ତୁ ଏହା ଫଳରେ ଦୁର୍ନୀତିଗସ୍ତ ଅଫିସର ମାନେ ବିଶେଷ କ୍ଷତିଗସ୍ତ ହେଲେ । ସରକାରଙ୍କ ଦୃଢ କାର୍ଯ୍ୟକୁ ଆନ୍ତରିକ ସହ ସମର୍ଥନ କଲେ ନାହିଁ । ପୁନଚଂ ଦଲାଲ ମାନଙ୍କୁ ସୁହାଇବା କାର୍ଯ୍ୟ ଝାରସୁଗୁଡା ଜିଲ୍ଳାରେ ଆରମ୍ଭ କରିଛନ୍ତି । ଦଲାଲ ମାନଙ୍କର ଉପସ୍ଥିତି ପରିବହନ ବିଭାଗର ମଟରଯାନ ନିରିକ୍ଷକ ଙ୍କ ସହିତ ମଧୂଚନ୍ଦ୍ରିକା ଆରମ୍ଭ ହୋଇ ଯାଇଛି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ଯେ ଝାରସୁଗୁଡା ଜିଲ୍ଳାରେ ଅଧିନରେ ଥିବା ଶିଳ୍ପ ସଂସ୍ଥା ପରିସର ମଧ୍ୟରେ ମାଲ ପରିବହନ ପାଇଁ ବିଭିନ୍ନ ଛୋଟ ବଡ ଗାଡି ଚଳପ୍ରଚଳ ହୋଇଥାଏ । ଯଥା ହାଇଡ୍ରା,ହାଇଓ୍ôର୍ୟା,ଜେସିପି,ରୋଡ ରୋଲର,ଫର୍କଲିଫ୍ଟ ,କ୍ୟାମ୍ପପର, ଇତ୍ୟାଦି ଗାଡି ଗୁଡିକ ବାଷିକୀ,ଦ୍ୱିବାର୍ଷିକୀ ନିରିକ୍ଷଣ କରି ଫିଟନେସ୍(ପ୍ରମାଣ ପତ୍ର) କରିବାର ନିୟମ ରହିଛି । କିନ୍ତୁ ମୋଟର ଯାନ ନିରିକ୍ଷକ ମହୋଦୟ ଏବଂ ତାଙ୍କର ସହକର୍ମୀ ମାନେଏହାକୁ ସରଜମିନ ତନଖି ନକରି ଠିକାଦାର ଭାବରେ କାର୍ଯ୍ୟ କରୁ ଥିବା ସୁରକ୍ଷା କର୍ମୀ ମାନଙ୍କୁ ନିରକ୍ଷଣ ପାଇଁ ପଠାଇ ଦଲାଲ ମାନଙ୍କ ମାଧ୍ୟମରେ ଫିଟନେସ ସାଟିଫିକେଟ୍ ପ୍ରଦାନ କରି ଗାଡି ପିଛା ୩ ହଜାର ରୁ ୫ ହଜାର ଟଙ୍କା ହାତଗୁଞା ନେଇ ଥାଅନ୍ତି । ନଚେତ୍ ଫିଟନେସ ସାଟିଫିକେଟ୍ ପାଇଁ ବାରମ୍ବାର ଦୌଡାଇ ଥାଆନ୍ତି । ଏହି ଭୟରେ କମ୍ଫାନୀ ଗୁଡିକ ଦାବି ଅର୍ଥ ପଇଠ କରି ଥାଅନ୍ତି ।
ଜଣେ ଗାଡି ମାଲିକ ନିଜର ନାମଗୁପ୍ତ ରଖି ପ୍ରକାଶ କରିଛନ୍ତି ଯେ ଜିଲ୍ଳା ମଧ୍ୟ ଦେଇ ଅନ୍ୟ ଜିଲ୍ଳା ଓ ରାଜ୍ୟ କୁ ପରିବହନ କରୁ ଥିବା ଭାରି ଯାନ ଗୁଡିକ ମାସିକ ପ୍ରବେଶ ପ୍ରତ୍ର ନେବା ପାଇଁ (ଏନ୍ଟ୍ରି) ରାସ୍ତାରେ ତନଖି କରୁ ଥିବା ମଟର ଯାନ ନିରିକ୍ଷକ ବିଭାଗ ଅଧିକାରଙ୍କ ଠାରୁ ମାସିକ ୫୦୦ ଟଙ୍କା ଦେଇ ଏକ ଟୋକନ ମାସକ ପାଇଁ ନେଇ ଥାଆନ୍ତି । ନଚେତ୍ ସହକାରୀ ଟ୍ରାଫିକ ସର୍ବଇନ୍ସପେକ୍ଟର ଙ୍କ ରୋଶ ର ଶିକାର ହେବାକୁ ପଡି ଥାଏ । ଜିଲ୍ଳା ଭିତରେ ପରିବହନ କରୁ ଥିବା କୋଇଲା,ଫ୍ରାଇଆସ ଗାଡି ଗୁଡିକ ଫିଟନେସ ସମୟରେ ଗାଡି ପ୍ରତି ୫ ହଜାର ପଇଠ କରନ୍ତି । ଏଥିରେ ଆଦାୟ ହେଉ ଥିବା ଅର୍ଥ ରେ ସମସ୍ତେ ଭାଗଦାରୀ ହୁଅନ୍ତି । ଏଠାରେ ସୂଚନା ଯୋଗ୍ୟ ଜିଲ୍ଳାରେ ଥିବା ମଟରଯାନ ନିରିକ୍ଷକ ଆଜକୁ ୬ ବର୍ଷ ରୁ ଉର୍ଦ୍ଧହେବ ଝାରସୁଗୁଡା ରେ କିପରି ରହିଛନ୍ତି ତାହା ପ୍ରଶ୍ନବାଚୀ ହୋଇଛି?