ହଳଦୀ ମିଶା କ୍ଷୀରର ଉପକାରିତା !
![](https://thetruths.in/wp-content/uploads/2021/09/Benefits-of-Turmeric-Milk-1024x576.jpg)
ଆଜି ଆମେ ଜାଣିବା ହଳଦୀ ମିଶା କ୍ଷୀର ପିଇବା ଦ୍ୱାରା କଣ ଲାଭ ହୋଇଥାଏ । ହଳଦୀ ଗୋଟିଏ ଆୟୁର୍ବେଦିକ ଔଷଧ ଅଟେ । ଏହାର ବ୍ୟବହାର ଅନେକ ପ୍ରକାର ରୋଗକୁ ଠିକ କରିବା ପାଇଁ ହୋଇଥାଏ । ଏହା ବ୍ୟତୀତ ହଳଦୀରେ ଅନେକ ପୋଷାକ ତତ୍ୱ ରହିଥାଏ ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କୁ ବଢ଼ାଇଥାଏ । ଯଦି ଆମେ କ୍ଷୀରରେ ହଳଦୀ ମିଶେଇକି ପିଇବା ତେବେ ଏହା ଆମ ଶରୀର ପାଇଁ ବହୁତ ଭଲ ଅଟେ । ଆମେ ସବୁ ଜାଣିଛେ ଯେ କ୍ଷୀର ଓ ହଳଦୀ ଉଭୟ ଆମ ଶରୀର ପାଇଁ କେତେ ଉପକାରୀ । ଏହାକୁ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଖାଇଥାନ୍ତି । ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
ହଳଦୀରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ, ଆଣ୍ଟି ସେପ୍ଟିକ ଗୁଣ ରହିଥାଏ । ହଳଦୀ ମିଶା କ୍ଷୀରକୁ ପିଇଲେ ଥଣ୍ଡା, କାଶ,ଜ୍ୱର ଏବଂ ତଣ୍ଟି ଦର୍ଜ ଭଳି ରୋଗକୁ ଠିକ କରିଦେଇଥାଏ । ଏହା ସମସ୍ତ ପ୍ରକାର ଭାଇରାଲ ଏବଂ ବ୍ୟାକ୍ଟେରିଆଲ ଇନଫେକ୍ସନକୁ ଦୂର କରିଥାଏ । ଏହା ହଜମ କ୍ରିୟାକୁ ଠିକ କରିଥାଏ । ହଳଦୀ କ୍ଷୀର ପିଇବା ଦ୍ୱାରା ଏହା ପାଚନ କ୍ରିୟାକୁ ଠିକ କରିଥାଏ । ଏହା ପେଟରେ ଗ୍ୟାସ ହେବାରୁ ରୋକିଥାଏ । କାରଣ ହଳଦୀ ଆମର ପାଚନ ତନ୍ତ୍ରକୁ ଷ୍ଟ୍ରଙ୍ଗ କରିଥାଏ । ତେଣୁ ଖାଦ୍ୟ ଭଲରେ ହଜମ ହୋଇଥାଏ । ଏହା ଆମ ଶରୀରରେ ଥିବା ଅସ୍ଥିକୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ । କ୍ଷୀରରେ କ୍ୟାଲ୍ସିଅମ ପ୍ରଚୁର ପରିମାଣରେ ରହିଥାଏ । ତେଣୁ ଏହାର ସେବନ କଲେ ଅସ୍ଥି ଷ୍ଟ୍ରଙ୍ଗ ହୋଇଥାଏ ।
ଯଦି କେବେ କାହାର ହାଡ଼ ଫ୍ୟାକଚର ହୋଇଥାଏ କିମ୍ବା ଆଘାତ ଲାଗିଥାଏ ସେତେବେଳ ହଳଦୀ କ୍ଷୀରର ସେବନ କଲେ ଏହା ଶୀଘ୍ର ଭଲ ହୋଇଥାଏ । ଏହା ଅସ୍ଥିକୁ ଷ୍ଟ୍ରଙ୍ଗ କରିବା ସହିତ ସେହି ସ୍ଥାନର ମାଂସପେଶୀକୁ ମଧ୍ୟ ଶକ୍ତ କରିଥାଏ । ଏହା ଡାଇବେଟିସକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହାକୁ ସେବନ କଲେ ରକ୍ତରେ ସୁଗାରର ପରିମାଣ ହ୍ରାସ ହୋଇଥାଏ । ଚେହେରାରୁ ବ୍ରଣ ଦୂର କରି ଚେହେରାରେ ଉଜ୍ୱଳତା ଆଣିଥାଏ । ଯେଉଁ ମାନଙ୍କ ମୁହଁରେ ବାରମ୍ବାର ବ୍ରଣ ହୋଇଥାଏ କିମ୍ବା ସ୍କିନ ଶୁଖିଲା ଦେଖାଯାଏ ସେମାନେ ହଳଦୀ କ୍ଷୀରର ସେବନ କରିବା ଉଚିତ । ଏହା ସ୍କିନରେ ଗ୍ଲୋ ଆଣିଥାଏ । ଏହା କ୍ୟାନ୍ସର ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । ହଳଦୀ କ୍ଷୀରକୁ ସବୁଦିନେ ପିଇବା ଦ୍ୱାରା ଶରୀରରେ ବଢୁଥିବା କ୍ୟାନସର କୋଷକୁ ବଢ଼ିବାରୁ ରୋକିଥାଏ । ଏହା ମାନସିକ ଚିନ୍ତା ମଧ୍ୟ ଦୂର କରେ ।
ହଳଦୀ କ୍ଷୀର ପିଇବା ଦ୍ୱାରା ସମସ୍ତ ପ୍ରକାର ମାନସିକ ଚିନ୍ତା, ଡିପ୍ରେସନକୁ ମଧ୍ୟ ଦୂର କରିଥାଏ । ଏହାକୁ ପିଇବା ଦ୍ୱାରା ରାତିରେ ଭଲ ନିଦ ମଧ୍ୟ ହୋଇଥାଏ । ଯଦି ବୟସ ବୃଦ୍ଧି ଯୋଗୁ ସ୍ମରଣ ଶକ୍ତି କମିଯାଉଥାଏ କିମ୍ବା ରାତିରେ ନିଦ ହଉନଥିଲେ ଏହି ହଳଦୀ କ୍ଷୀରକୁସେବନ କରନ୍ତୁ । ଏହାକୁ ଗୋଟିଏ ମାସ ପିଇବା ପରେ ଆପଣ ଶରୀରରେ ଅଲଗା ପ୍ରକାର ଲକ୍ଷଣ ଦେଖିପାରିବେ ।
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!