ପିଆଜର ଉପକାରୀତା
ପିଆଜ କାଟିଲେ ଆଖିରୁ ପାଣି ବାହାରେ । ଏହା ଟିକେ କଷ୍ଟ ଦେଇଥାଏ ସତ କିନ୍ତୁ ଆଖିର ଆବର୍ଜନା ବାହାରକୁ ଆସିଥାଏ । ଏହା ଆଖି ପାଇଁ ଖୁବ୍ ଭଲ । ଏତିକି ନୁହେଁ କାନ ଟାଣୁଥିଲେ କେଇ ବୁନ୍ଦା ପିଆଜ ରସ ପକାଇଲେ ଉପଶମ ମିଳିଥାଏ । ସେହିଭଳି କୌଣସି ଅଙ୍ଗ ନିଆଁରେ ପୋଡ଼ି ହୋଇ ଯାଇଥିଲେ ତୁରନ୍ତ ସେହି ସ୍ଥାନରେ ପିଆଜ ଛେଚି ଲଗାଇବା ଖୁବ୍ ଭଲ ।
ସେହିପରି ଖାଦ୍ୟରେ ସ୍ୱଳ୍ପ ପରିମାଣର କଟା ପିଆଜ ପକାଇଲେ ଏହା ସ୍ୱାଦ ବହୁଗୁଣା ବୃଦ୍ଧି କରିବା ସହ ଶରୀରରେ ଗୁଡ୍ କୋଲେଷ୍ଟ୍ରୋରଲ୍ ବଢ଼ାଏ । ଏଥିସହ ମାରାତ୍ମକ କ୍ୟାନ୍ସର୍ ଦୂର କରିବାରେ ପିଆଜ ଭୂମିକା ଢେର ଅଧିକ । କଞ୍ଚା ପିଆଜରେ ପ୍ରଚୁର ଭିଟାମିନ୍-ଏ ଥିବାରୁ ପ୍ରତିଦିନ ଜଣେ ବ୍ୟକ୍ତି ପିଆଜ ଖାଇବା ଉଚିତ । ପିଆଜରେ କ୍ରୋମିୟମ ଥାଏ, ଯାହା ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣ କରିଥାଏ ।