ବାଲେଶ୍ୱର : ଆଜି ପୂର୍ବାହ୍ନ ୧୦ଟାରେ ୧୮-୪୪ ବର୍ଗଙ୍କ ପାଇଁ ସ୍ଲଟ ବୁକିଂ

ବାଲେଶ୍ୱର: ମହାମାରୀ କରୋନାରେ ପ୍ରଭାବିତ ହୋଇଛି ବାଲେଶ୍ୱର ଜିଲା । ଅନ୍ୟ ଜିଲାମାନଙ୍କରେ କରୋନା ସଂକ୍ରମଣ କମୁଥିବା ବେଳେ ବାଲେଶ୍ୱରେ ଏହାର ବ୍ୟତିକ୍ରମ ଘଟୁଛି । ଦୈନିକ ସଂକ୍ରମଣ ୨ଶହରୁ ୩ଶହ ପାରି ହେଉଛି । ଫଳରେ ଜିଲା ରେଡ୍ ଜୋନ୍ରେ ରହିବା ସହ ବିଭିନ୍ନ ପ୍ରକାରର କଟକଣା ଜାରି ରହିଛି । ସେହିପରି ରାଜ୍ୟରେ ଟିକାର ଅଭାବ ଯୋଗୁଁ ଜିଲାରେ ଗତ କିଛିଦିନ ହେବ ଟିକାକରଣ ବନ୍ଦ ରହିଥିଲା । ମାତ୍ର ରାଜ୍ୟକୁ କିଛିମାତ୍ରାରେ ଟିକା ପହଞ୍ôଚବା ପରେ ଏହା ବିଭିନ୍ନ ଜିଲାକୁ ବିତରଣ କରାଯାଇଛି । ଫଳରେ ବାଲେଶ୍ୱର ଜିଲାରେ ମଧ୍ୟ ଆସନ୍ତା ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ଟିକାକରଣ ଜାରି ରହିବ । ୧୮-୪୪ବର୍ଷ ବର୍ଗଙ୍କ ପାଇଁ ସ୍ଲଟ ବୁକିଂର ବ୍ୟବସ୍ଥା ହୋଇଥିବା ବେଳେ ୪୫ବର୍ଷରୁ ଉର୍ଦ୍ଧ୍ୱଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନେ ସିଧାସଳଖ ପ୍ରଶାସନ ଦ୍ୱାରା ଚିହ୍ନଟ ଟିକାକରଣ କେନ୍ଦ୍ରକୁ ଯାଇ ସେଠାରେ ସ୍ଲଟ ବୁକିଂ କରି ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକା ନେଇପାରିବେ । ମାତ୍ର ୧୮-୪୪ବର୍ଷଙ୍କ ପାଇଁ ରବିବାର ପୂର୍ବାହ୍ନ ୧୦ଟା ସମୟରେ ସ୍ଲଟ ବୁକିଂ ଆରମ୍ଭ ହେବ ନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
Please find the updated vaccination schedule of 18-44 age group on 5th,6th & 7th July.
— DM Balasore (@DBalasore) July 3, 2021
Registration starts @10AM on 4th July 2021 i.e tomorrow.Only registration timing has been changed so citizens r requested not to get confused. pic.twitter.com/InqHiynQWB
ଏହି ପର୍ଯ୍ୟାୟରେ ଜିଲାକୁ ୫୫ ହଜାରରୁ ଅଧିକ ପାନ ଟିକା ଆସିଥିବା ଜଣାପଡ଼ିଛି । ଏଥର ଜିଲାର ୮୨ଟି କେନ୍ଦ୍ରରେ ଏହି ସମୂହ ଟିକାକରଣ କାର୍ଯ୍ୟକାରୀ ହେବାକୁ ଯାଉଥିଲେ ବି ୨୭ଟି କନ୍ଦ୍ରରେ ୧୮ରୁ ୪୪ ବର୍ଷ ବୟସର ଯୁବଗୋଷ୍ଠୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫, ୬ ଓ ୭ ତାରିଖରେ ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବାଲେଶ୍ୱର ସହର ସମେତ ଜିଲାର ୨୭ କେନ୍ଦ୍ରରେ ଯୁବଗୋଷ୍ଠୀଙ୍କୁ ଟିକା ପ୍ରଦାନ କରାଯିବ ।
Kindly find the Vaccination schedule for the 45+ age group for the 1st and 2nd dose…for 5th,6th and 7th july 2021.
— DM Balasore (@DBalasore) July 3, 2021
Thers is NO online registration but on the spot registration at the sites mentioned below.
Please follow Covid appropriate behavior all the time!#OdishaCares pic.twitter.com/lK118ZSWha
ଏହି ତିନିଦିନରେ ଯୁବଗୋଷ୍ଠୀଙ୍କୁ ୨୧ହଜାର ପ୍ରଥମ ପାନ ଟିକା ପ୍ରଦାନର ଲକ୍ଷ୍ୟ ରହିଛି । ଅନ୍ୟ ୮୨ ଗୋଟି କେନ୍ଦ୍ରରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ୩୪,୫୦୦ ବ୍ୟକ୍ତିଙ୍କୁ ଉଭୟ ପ୍ରଥମ ଓ ଦ୍ୱିତୀୟ ପାନ ଟିକା ପ୍ରଦାନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଏହି ବର୍ଗଙ୍କ ପାଇଁ ଟିକାକରଣର ସମୟ ସକାଳ ୭ଟାରୁ ଅପରାହ୍ଣ ୨ଟା ରଖଯାଇଛି । ଏହି ବର୍ଗର ଲୋକଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ନାହିଁ । ପୂର୍ବଭଳି ସେମାନେ ନିଜର ପରିଚୟପତ୍ର ଆଣି ସ୍ପଟ ପଞ୍ଜୀକରଣ ସହ ଟିକା ନେଇପାରିବେ ବୋଲି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅଦ୍ୟାବଧି ଜିଲାରେ ମୋଟ ୬ଲକ୍ଷ ୩୧ ହଜାର ୪୪୯ ଜଣ ଟିକା ନେଇଥିବା ବେଳେ ତନ୍ମଧ୍ୟରୁ ୫,୦୬,୫୩୮ ପ୍ରଥମ ପାନ ଓ ୧,୨୪,୦୧୧ ଜଣ ଦ୍ୱିତୀୟ ପାନ ନେଇଛନ୍ତି । ଏବେ ସୁଦ୍ଧା ଜିଲାରେ ୧୮ରୁ ୪୪ ବର୍ଷ ମଧ୍ୟରେ ୯୮,୪୬୫ ଜଣ ପ୍ରଥମ ପାନ ନେଇଛନ୍ତି ।